ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷକ ସାଜିଲେ ଜିଲ୍ଲାପାଳ। ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇ ଚର୍ଚ୍ଚାରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକ୍ସେନା। ଘଟଣାଟି ଥିଲା ଏହିଭଳି। ଜିଲ୍ଲାପାଳ ଶୁଭମ ସାକ୍ସେନା ନାକଟି ଦେଉଳ ବ୍ଲକର ଶିମିଳିପାଳ ପଞ୍ଚାୟତ ବଡ଼ବାହାଳ ଗାଁ ଏବଂ ଘୁସୁରମାଳ ପଞ୍ଚାୟତର କଏନି ଗାଁ ପରିଦର୍ଶନରେ ଯାଇଥିଲେ।

ଏହି ସମୟରେ ଜିଲ୍ଲାପାଳ ଅଚାନକ ବଡ଼ବାହାଲ ପ୍ରାଥମିକ ବିଦ୍ୟାଳୟ ଏବଂ ଘୁସୁରମାଳ ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ଯାଇଥିଲେ। ସେଠାରେ ପାଠପଢ଼ା କେମିତି ଚାଲିଛି ତାର ତଦାରଖ କରିଥିଲେ। ଏହାସହ ଜିଲ୍ଲାପାଳ ନିଜେ ପିଲାଙ୍କୁ ପାଠ ପଢ଼ାଇଥିଲେ।

ପିଲାମାନେ କେମିତି ପାଠ ପଢ଼ୁଛନ୍ତି ତାହା ଜାଣିବା ପାଇଁ ଜିଲ୍ଲାପାଳ କିଛି ପ୍ରଶ୍ନ ପଚାରିଥିଲେ। ପିଲାମାନେ ଜିଲ୍ଲାପାଳଙ୍କ ପ୍ରଶ୍ନର ଉତ୍ତର ଚଟାପଟ ଦେଇଥିଲେ। ଜିଲ୍ଲାପାଳ ଏଥିରେ ଖୁସି ପ୍ରକାଶ କରିଥିଲେ। ଏହାଛଡ଼ା ସ୍କୁଲରେ ରନ୍ଧା ଯାଉଥିବା ମଧ୍ୟାହ୍ନ ଭୋଜନର ମାନ ମଧ୍ୟ ଅନୁଧ୍ୟାନ କରିଥିଲେ ଜିଲ୍ଲାପାଳ।

ଜିଲ୍ଲାପାଳଙ୍କୁ ପିଲାମାନେ କହିଥିଲେ ଯେ ସେମାନେ ସହର ଦେଖି ନାହାନ୍ତି। ପିଲାମାନଙ୍କୁ ସହର ବୁଲାଇ ନେବାକୁ ଜିଲ୍ଲାପାଳ ଶିକ୍ଷକମାନଙ୍କୁ କହିଥିଲେ।

Comment