ଓଡ଼ିଶାଲାଇଭ ବ୍ୟୁରୋ

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ସରକାର ଦେଲେ ଖୁସି ଖବର। ବିଦ୍ୟାଳୟରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ବାଣିଶ୍ରୀ ଛାତ୍ରବୃତ୍ତି ପ୍ରଦାନ କରାଯିବ।

ଜାଣନ୍ତୁ କେଉଁ ଶ୍ରେଣୀରେ କେତେ ବୃତ୍ତି

  • ପ୍ରାଥମିକ (ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ) – ୨୦୦ ଟଙ୍କା
  • ମଧ୍ୟ ଓ ଉଚ୍ଚବିଦ୍ୟାଳୟ(ଷଷ୍ଠରୁ ଦଶମ) – ୨୫୦ ଟଙ୍କା
  • +୨ ଓ +୩ ମହାବିଦ୍ୟାଳୟ – ୩୦୦ ଟଙ୍କା
  • ମହାବିଦ୍ୟାଳୟ ସ୍ନାତକ ଡିଗ୍ରୀ – ୩୫୦ ଟଙ୍କା
  • ପ୍ରଯୁକ୍ତି ଓ ବ୍ୟବସାୟିକ ପ୍ରଶିକ୍ଷଣ – ୩୫୦ ଟଙ୍କା
  • ଅନ୍ୟ ରାଜ୍ୟରେ ସାଧାରଣ ବୃତ୍ତିଧାରୀ ଛାତ୍ର ପ୍ରାଥମିକ ସ୍ତରଠୁ ବିଶ୍ଵ ବିଦ୍ୟାଳୟ ପର୍ଯ୍ୟନ୍ତ – ୩୫୦ ଟଙ୍କା

ଯୋଗ୍ୟତା

  • ପିତାମାତାଙ୍କର ବାର୍ଷିକ ଆୟ ୬୦ ହଜାରରୁ ଅଧିକ ହୋଇନଥିବ।
  • ଗୋଟିଏ ଶିକ୍ଷା ବର୍ଷରେ ୧୦ ମାସ ବୃତ୍ତି ଦିଆଯିବ।

ନିମ୍ନଲିଖିତ ଭତ୍ତା ଦୃଷ୍ଟବାଧିତ ଓ ଅସ୍ଥିଶଲ୍ୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ

ଦୃଷ୍ଟିବାଧିତା

  • ପ୍ରାଥମିକ (ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ) – ୧୦୦ ଟଙ୍କା
  • ମଧ୍ୟ ଓ ଉଚ୍ଚବିଦ୍ୟାଳୟ(ଷଷ୍ଠରୁ ଦଶମ) – ୧୫୦ ଟଙ୍କା
  • ଅନ୍ୟାନ୍ୟ – ୨୦୦ଟଙ୍କା

ଅସ୍ଥିଶଲ୍ୟ ଭିନ୍ନକ୍ଷମ

ଶତକଡ଼ା ୭୫ କିମ୍ଵା ଅଦିକ ଭିନ୍ନ୭ମ ପାଇଁ  ପରିବହନ ଭତ୍ତା – ୧୦୦ ଟଙ୍କା

ସମସ୍ତ ଆବେଦନକାରୀ ଅଧିକ ସୂଚନା ପାଇଁ ନିଜ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ।

Comment