ଓଡ଼ିଶାଲାଇଭ ବ୍ୟୁରୋ

ଏନଡିଟିଭିର ସମ୍ପାଦକ ତଥା ଭାରତ ଲୋକପ୍ରିୟ ସାମ୍ଵାଦିକ ରବିଶ କୁମାରଙ୍କୁ ମିଳିଲା ରମୋନ ମ୍ୟାଗସେସ-୨୦୧୯ ପୁରସ୍କାର। ଏହି ପୁରସ୍କାରକୁ ଏସିଆର ନୋବେଲ ପୁରସ୍କାର କୁହାଯାଏ। ୧୨ ବର୍ଷ ପରେ ଜଣେ ସମ୍ଵାଦିକ ଏହି ପୁରସ୍କାରର ହକଦାର ହୋଇପାରିଛନ୍ତି। ପୂର୍ବରୁ ୨୦୦୭ରେ ସାମ୍ଵାଦିକ ପି.ସାଇନାଥଙ୍କୁ ଏହି ପୁରସ୍କାର ମିଳିଥଲା।


ରବିଶଙ୍କ ସହ ମିଆଁମାରର ସି ବିନ, ଥାଇଲାଣ୍ଡର ଅଙ୍ଗହାନ ନିଲପାଝିତ, ଫିଲିଫାଇନ୍ସର ରେମଣ୍ଡ ଓ ଦକ୍ଷିଣ କୋରିଆର କିମ ଜୋଙ୍ଗଙ୍କୁ ଏହି ପୁରସ୍କାର ଦେବାର ଘୋଷଣା କରାଯାଇଛି। ରମୋନ ମ୍ୟାଗସେସ କମିଟି ଟୁଇଟ କରି କହିଛନ୍ତି, “ ନିର୍ଭିକ ସମ୍ଵାଦିକତା ଓ ତାଙ୍କର ପ୍ରାଇମ ଶୋ’ ପ୍ରାଇମ ଟାଇମରେ ଲୋକଙ୍କ ଜୀବନର ସମସ୍ୟା ଉପରେ ପ୍ରଭାବ ପକାଉଥିବାରୁ ତାଙ୍କୁ ଏହି ପୁରସ୍କାର ଦିଆଯାଉଛି।

ଏସିଆର ବ୍ୟକ୍ତିତ୍ଵ ଓ ସଂସ୍ଥାରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ଏହି ପୁସ୍କାର ପ୍ରଦାନ କରାଯାଏ। ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରେମନ ମ୍ୟାଗସେସଙ୍କ ନାମରେ ନାମିତ କରାଯାଇଛି।

ପୂର୍ବରୁ ସମ୍ଵାଦିକତା କ୍ଷେତ୍ରରେ ଏହି ପୁରସ୍କାର ୧୯୬୧ରେ ଅମିତିଭ ଚୌଧୁରୀ, ୧୯୬୭ରେ ସତ୍ୟଜିତ ରାୟ, ୧୯୭୫ରେ ବିଜି ବର୍ଗିସ, ୧୯୮୧ରେ ଗୌରୀଶଙ୍କର ଘୋଷ, ୧୯୮୨ରେ ଅରୁଣ ସୋରୀ, ୧୯୮୪ରେ ରାଶିପୁରମ ଲକ୍ଷ୍ମଣ, ୧୯୯୧ରେ କେବି ସୁବନ୍ନା, ୧୯୯୨ରେ ରବି ଶଙ୍କର, ୧୯୯୭ରେ ମହାକ୍ଷେତା ଦେବୀ, ୨୦୦୭ରେ ପାଲାଗୁମି ରେଡ୍ଡୀ ପାଇଛନ୍ତି।

Comment