ଓଡ଼ିଶାଲାଇଭ୍ ବ୍ୟୁରୋ

ଉନ୍ନାଓ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିଧାୟକ କୁଳଦୀପ ସିଂହ ସେଙ୍ଗରଙ୍କୁ ବିଜେପି ଦଳରୁ ବହିଷ୍କାର କରିଛି। ପୂର୍ବରୁ ବିଧାୟକ ଅଭିଯୁକ୍ତ ହେବା ପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ବହିଷ୍କୃତ କରାଯାଇଛି।

ଉନ୍ନାଓ ପୀଡ଼ିତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୩ ଜଣ ପୋଲିସ କନଷ୍ଟେବଲ୍‌ଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ୩ଜଣ ପୋଲିସ କନଷ୍ଟେବଲ୍‌ ପୀଡ଼ିତାଙ୍କୁ ସୁରକ୍ଷା ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରିଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି।

ଜୁଲାଇ ୨୮ତାରିଖରେ ପୀଡ଼ିତା ନିଜର ମା’, ଖୁଡ଼ିଙ୍କ ସହିତ ଜେଲରେ ବନ୍ଦୀଥିବା କକାଙ୍କୁ ଭେଟିବାକୁ କାରରେ ରାୟବରେଲୀ ଯାଉଥିଲେ। ଯିବା ବେଳେ ସୁରକ୍ଷାକର୍ମୀମାନେ ତାଙ୍କ ସହ ଯାଇ ନଥିଲେ। ଏହି ସମୟରେ ସୁଲତାନପୁର ଖେଡ଼ା ଗାଁ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ତାଙ୍କ କାର୍‌କୁ ଧକ୍କା ଦେଇଥିଲା। ସେ ଏବେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ୨ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲା।

Comment