ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱର ବଡ଼ ଅର୍ଥନୈତିକ ମହାଶକ୍ତି ଦେଶ ତାଲିକାରେ ଭାରତ ସପ୍ତମ ସ୍ଥାନକୁ ଖସି ଆସିଛି। ୨୦୧୮ ବର୍ଷ ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ଏହି ତାଲିକାରେ ଭାରତ ସପ୍ତମ ସ୍ଥାନରେ ରହିଛି। ୨୦୧୭ରେ ଭାରତ ଷଷ୍ଠ ସ୍ଥାନରେ ରହିଥିବା ବେଳେ ୨୦୧୮ରେ ଫାନ୍ସ ଭାରତକୁ ପଛରେ ପକାଇ ଷଷ୍ଠ ସ୍ଥାନ ଅକ୍ତିଆର କରିଛି।

ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା। ଆମେରିକା ପଛକୁ ଚୀନ୍‌ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛି ଜାପାନ। ସେହିପରି ଜର୍ମାନୀ ବ୍ରିଟେନ୍‌ ଏବଂ ପ୍ରାନ୍ସ ଯଥାକ୍ରମେ  ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ସ୍ଥାନରେ ରହିଛନ୍ତି।

ବିଶ୍ୱବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ଏହି ତାଲିକାରେ ଯୁକ୍ତରାଷ୍ଟ୍ର ଆମେରିକା ସର୍ବାଧିକ ଜିଡିପି ବା ଅର୍ଥନୀତି ଆକାର ୨୦.୫ ଲକ୍ଷ କୋଟି ଡଲାରରେ ପହଞ୍ଚିଥିବା ବେଳେ ଚୀନର ରହିଛି ୧୩.୬ ଲକ୍ଷ କୋଟି ଡଲାର। ସେହିପରି ତାଲିକାର ତୃତୀୟ ସ୍ଥାନରେ ରହିଥିବା ଜାପାନର ଅର୍ଥନୀତିର ଆକାର ରହିଛି ୫ ଲକ୍ଷ ଟଙ୍କା।

ତେବେ ୨.୭୩ ଲକ୍ଷ କୋଟି ଡଲାର ଡିଡିପି ସହିତ ଭାରତ ସପ୍ତମ ସ୍ଥାନରେ ରହିଛି। ୨୦୧୭ ମସିହାରେ ଭାରତର ଜିଡିପି ୨.୬୫ ଲକ୍ଷ କୋଟି ଡଲାର ରହିଥିବା ବେଳେ ବିଶ୍ୱ ଅର୍ଥନୈତିକ ତାଲିକାରେ ଭାରତ ଷଷ୍ଠ ସ୍ଥାନରେ ଥିଲା। ତେବେ ୨୦୧୮ ବର୍ଷ ତାଲିକାରେ ଫ୍ରାନ୍ସ ଭାରତକୁ ସପ୍ତମ ସ୍ଥାନକୁ ପଠାଇଦେଇଛି।

ଭାରତକୁ ଆସନ୍ତା ୫ ବର୍ଷ ମଧ୍ୟରେ ୫ ଳକ୍ଷ କୋଟି ଡଲାରର ଅର୍ଥନୀତିରେ ପରିଣତ କରିବା ପାଇଁ ସରକାର ସ୍ୱପ୍ନ ଦେଖିୁଥିବା ବେଳେ ବର୍ତ୍ତମାନ ତଳକୁ ଖସୁଥିବା ଦେଖିବାକୁ ମିଳିଛି।

Comment