ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା କୃଷି ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୨୫ଏକର ଜମିରେ ଲେମନ ଗ୍ରାସ ଚାଷ କରାଯିବ। ପ୍ରଥମ ପର୍ଯ୍ୟାୟରେ ୪ ଜଣ ଚାଷୀ ଏହି ଚାଷ ଆରମ୍ଭ କରିବେ।

ଏହି ଚାଷ କରିବା ପାଇଁ ଲକ୍ଷ୍ନୌ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିନା ମୂଲ୍ୟରେ ୨ଲକ୍ଷ ଚାର ଯୋଗାଇ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଳାପାଳ ଡକ୍ଟର ଅଜିତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା କୃଷି ଉପ ନିର୍ଦ୍ଦେଶକ ବ୍ରଜ କିଶୋର ଲେଙ୍କା, ଯୋଜନା ଅଧିକାରୀ ଏମ ଆନନ୍ଦ ରାଓ, କୃଷି ବୈଜ୍ଞାନିକ ବିନୟ କୁମାର ୟାଦବ ପ୍ରମୁଖ ଉପସ୍ଥିତ ଥିଲେ।

ଦିଗିସଲାପ ଗାଁର ପରେଶ ବିଷୋୟୀ ୫ଏକର, ଡେଙ୍ଗାତୋଟାଗୁଡ଼ାର ସୁଧାଂଶୁ ପଢ଼ି ୧୦ଏକର, ପ୍ରଶାନ୍ତ ରଥ ୫ଏକର ଓ କୃଷ୍ଣ ଚନ୍ଦ୍ର ନାୟକ ୫ଏକର ଜମିରେ ଏହି ଚାଷ କରିବେ।

ଲେମନ୍‌ ଗ୍ରାସ୍‌ ଚାଷରୁ ବାହାରୁଥିବା ଲେମନ ଗ୍ରାସ ତେଲରୁ ବାର୍ଷିକ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭବାନ ହେବେ ଚାଷୀ। ଚାରା ଲଗାଇବାର ୬ମାସ ପରେ ଘାଷ କଟାଯିବ। ପରେ ପ୍ରତି ୩ମାସରେ ଥରେ କଟାଯାଇ ସେଥିରୁ ତେଲ ବାହାର କରାଯିବ। ଏକ କୁଇଣ୍ଟାଲ ପିଛା ଏକ ଲିଟର ତେଲ ବାହାରିବ। ତେଲ ପ୍ରସ୍ତୁତ କରିବା କୃଷି ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ମେସିନ ମଧ୍ୟ ଯୋଗାଇ ଦିଆଯିବ।

Comment