ଓଡ଼ିଶାଲାଇଭ ବ୍ୟୁରୋ

ନବରଙ୍ଗପୁର ନୋଡାଲ ଆରସିଡି ହାଇସ୍କୁଲଠାରେ ବନବିଭାଗ ପକ୍ଷରୁ ୬୫ତମ ବନ ସଂରକ୍ଷଣ ଦିବସ ପାଳନ କରାଯାଇଛି। ଏହି ଅବସରରେ ବନବିଭାଗ ପକ୍ଷରୁ ଚିତ୍ରାଙ୍କନ ଓ ଓପେନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟ, ୟୁନିକ ପବ୍ଲିକ ସ୍କୁଲ, ନୋଡ଼ାଲ ଆରସିଡି ହାଇସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟ।ମନ୍ଦିରର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।

ଏହି ପ୍ରତିଯୋଗିତା କନିଷ୍ଠ ଓ ବରିଷ୍ଠ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଏହି ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ୟୁନିକ ପବ୍ଲିକ ସ୍କୁଲର ସପ୍ତମ ଶ୍ରେଣୀର ରାଜଶେଖର ପ୍ରଥମ, କେନ୍ଦ୍ରୀୟ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ର ଶୁଭାଶିଷ ଦାସ ଦ୍ଵିତୀୟ ଓ ଆକ୍ଷିତା କଶ୍ୟପ ତୃତୀୟ ସ୍ଥାନ ପାଇଥିଲେ।

ସେହିଭଳି ବରିଷ୍ଠ ବର୍ଗରେ କେନ୍ଦ୍ରୀୟ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଅମିତା କଶ୍ୟପ ପ୍ରଥମ, ୟୁନିକ ପବ୍ଲିକ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଲିପ୍ସା କର ଦ୍ଵିତୀୟ, ଶିଶୁ ବିଦ୍ୟ।ମନ୍ଦିରର ନବମ ଶ୍ରେଣୀ ଛାତ୍ରୀ ସ୍ମାରକୀ ପ୍ରିୟଦର୍ଶନୀ ତୃତୀୟ ସ୍ଥାନ ପାଇଥିଲେ। ଏହି ପ୍ରତିଯୋଗିତାରେ କନିଷ୍ଠ ବର୍ଗଙ୍କ ପାଇଁ ବନ୍ୟପ୍ରାଣୀଙ୍କ ପ୍ରତି ସହନଶୀଳତା ଓ ବରିଷ୍ଠ ବର୍ଗଙ୍କ ପାଇଁ ବନ୍ୟପ୍ରାଣୀ ଓ ଜଳବାୟୁ ପରିବର୍ତ୍ତନର ଶୀର୍ଷକ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା।

ପରେ ଓପନ କୁଇଜ଼ ପ୍ରତିଯୋଗିତା ହୋଇଥିଲା। ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ରେଞ୍ଜର ପୂର୍ଣଚନ୍ଦ୍ର ନନ୍ଦ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଶିକ୍ଷକ ସରୋଜ କୁମାର ତ୍ରିପାଠୀ ରହିଥିବାବେଳେ ବନ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Comment