ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି ମଧୁସୁଦନ ମିଶ୍ର। କୋରାପୁଟର ପୂର୍ବତନ ଜିଲ୍ଲାପାଳ ପୋମା ଟୁଡୁ ନୂତନ ଜିଲ୍ଲାପାଳଙ୍କୁ କାର୍ଯ୍ୟଭାର ପ୍ରଦାନ କରିଛନ୍ତି।

ଏହି ଅବସରରେ ଏଡିଏମ ଉପସ୍ଥିତ ରହିଥିଲେ। ପୂର୍ବରୁ ମଧୁସୁଦନ ମିଶ୍ର ମାର୍କଫେଡ୍ ଏମ୍‌ଡି ଭାବେ କାର୍ଯ୍ୟରତ ଥିଲେ।

କୋରାପୁଟର ପୂର୍ବତନ ଜିଲ୍ଲାପାଳ ପୋମା ଟୁଡୁଙ୍କୁ ନୟାଗଡ଼କୁ ବଦଳି କରାଯାଇଛି।

ମାତ୍ର ୨୨ ଦିନ ଜିଲ୍ଲାପାଳ ଭାବେ ଟୁଡୁ କାଯ୍ୟ କରିଥିବା ବେଳେ ହଠାତ୍ ବଦଳି ହୋଇଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।

Comment