ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାହୁଲ ଗାନ୍ଧି ଇସ୍ତଫା ଦେବାପରେ କଂଗ୍ରେସର ଅଧ୍ୟକ୍ଷ ପଦ ଏବେବି ଖାଲି ପଡ଼ିଛି। ଆଜି ନୂଆ ଅଧ୍ୟକ୍ଷ ଚୟନ ନେଇ ଦିଲ୍ଲୀସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ବୈଠକରେ ସମସ୍ତ ନେତା ରାହୁଲ ପୁଣି ଥରେ ଏହି ଦାୟିତ୍ୱ ସମ୍ଭାଳନ୍ତୁ ବୋଲି ଅପିଲ କରିଥିଲେ। ହେଲେ ରାହୁଲ ଗାନ୍ଧି ଏବେବି ଜିଦରେ ଅଟଳ ଅଛନ୍ତି। ସେ ଆଉ ଏହି ପଦରେ ରହିବାକୁ ଚାହୁଁନଥିବା ସ୍ପଷ୍ଟ କରିଛନ୍ତି।

ସେପଟେ ଅଧ୍ୟକ୍ଷ ଚୟନ ନେଇ ୫ ଟି ଟିମ୍‌ ଗଠନ କରାଯାଇଛି। ସନ୍ଧ୍ୟା ୮ରେ ଏହି ଟିମ୍‌ ରିପୋର୍ଟ ଦେବେ। ତା’ ପରେ ପୁଣିଥରେ ବୈଠକ ବସିବ ଏବଂ ନୂଆ ଅଧ୍ୟକ୍ଷଙ୍କ ନାଁ  ଘୋଷଣା ହେବ।

ଏହି ସଭାପତି ଦୌଡ଼ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ୱାସନିକ ଆଗରେ ଅଛନ୍ତି। ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଁ ମଧ୍ୟ ଶୁଣିବାକୁ ମିଳିଛି।

ଆଜି ପୂର୍ବାହ୍ନରେ ବସିଥିବା ବୈଠକରୁ ଦୂରେଇ ରହିଛନ୍ତି ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି। ନୂଆ କଂଗ୍ରେସ ଅଧ୍ୟକ୍ଷ ଚୟନ ପ୍ରକ୍ରିୟାରେ ସାମିଲ ନଥିବା ସେ ସ୍ପଷ୍ଟ କରିଛନ୍ତି।

Comment