ଓଡ଼ିଶାଲାଇଭ୍ ବ୍ୟୁରୋ

Samir Dash

ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି। ସମସ୍ତ ବିଦ୍ୟାଳୟରେ ଇଂରାଜୀ, ଗଣିତ ଓ ବିଜ୍ଞାନକୁ ଅଧିକ ଗୁରୁତ୍ଵ ଦିଆଯିବ। ଏହି ତିନୋଟି ବିଷୟକୁ ଅଧିକ ସମୟ ପଢ଼ାଯିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ପ୍ରତି ବିଷୟକୁ ୪୫ ମିନିଟ୍ ପରିବର୍ତ୍ତେ ଏଣିକି ଦେଢ଼ଘଣ୍ଟା ପଢ଼ାଯିବ। ଷଷ୍ଠରୁ ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ଏହି ନିୟମ ଲାଗୁ କରାଯିବ।

ସଂପୃକ୍ତ ୩ ବିଷୟରେ ପିଲା କମ୍ ନମ୍ବର ରଖୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ‘‘ପ୍ରାଥମିକ ସ୍ତରରେ ଇଂରାଜୀ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ଏହାସହ ପାଇଲଟ୍ ବେସିସ୍‌ରେ ଜିଲାସ୍ତରରେ ଗୋଟିଏ ସ୍କୁଲ ବଛାଯିବ। ଉକ୍ତ ସ୍କୁଲ୍‌ରେ ଇଂରାଜୀ ଶିକ୍ଷାକୁ ଗୁରୁତ୍ଵ ଦିଆଯିବ। ପରେ ଏହି ବ୍ୟବସ୍ଥା ବ୍ଲକ୍‌ ସ୍ତରରେ ଲାଗୁ କରାଯିବ।

Comment