ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାରୀ ମେଡିକାଲ କଲେଜ୍‌ର ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା ସରକାରଙ୍କ ‘ମେଡିକାଲ ବଣ୍ଡ୍‌‘ ନିୟମ ହେଲା କଡ଼ାକଡ଼ି।

ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ନୂଆ ନିୟମ। ରାଜ୍ୟରେ ବଦଳିଲା ମେଡିକାଲ ବଣ୍ଡ୍‌ ପଲିସି। ମେଡିକାଲ ବଣ୍ଡ୍‌ ପଲିସି ଅନୁସାରେ ସରକାରୀ ମେଡିକାଲରେ ଯେଉଁମାନେ ଏମ୍‌ବିବିଏସ୍‌ ପରେ ପିଜି କିମ୍ବା ସୁପର ସ୍ପେଶାଲିଟି କୋର୍ସ କରିବେ ସେମାନେ ରାଜ୍ୟ ସରକାରଙ୍କ ଅଧୀନରେ ୨ ବର୍ଷ କାମ କରିବାକୁ ବାଧ୍ୟ।

ଏହି ନିୟମ ନମାନିଲେ ଅର୍ଥାତ ରାଜ୍ୟ ବାହାରକୁ ଗଲେ ପିଜି ଛାତ୍ରଛାତ୍ରୀଙ୍କୁ ଦେଢ଼କୋଟି ଓ ସୁପର ସ୍ପେଶାଲିଷ୍ଟ ଛାତ୍ରଛାତ୍ରୀଙ୍କୁ ୨ କୋଟି ଟଙ୍କା ଗଣିବାକୁ ପଡ଼ିବ। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ରାଜ୍ୟରେ ଡାକ୍ତର ଅଭାବ ଦୂର କରିବା ପାଇଁ ରାଜ୍ୟ ସରକାର ଏହି ନିୟମକୁ କଡ଼ାକଡ଼ି କରିଛନ୍ତି।

‘‘ର୍ପୂବରୁ ଓଡ଼ିଶାରେ ଏହି ନିୟମ ଥିଲା। ମାତ୍ର ତାହା କଡ଼ାକଡ଼ି ନଥିଲା। ଏବେ ଏହି ନିୟମକୁ କଡ଼ାକଡ଼ି କରାଯାଇଛି।ଚଳିତ ବର୍ଷରୁ ହିଁ ଏହି ନିୟମ ଲାଗୁ ହେବ‘‘, କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

ରାଜ୍ୟ ସରକାର ମେଡିକାଲ ଛାତ୍ରଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି। ମାତ୍ର ଅଧିକାଂଶ ଛାତ୍ରଛାତ୍ରୀ ଏହି ଚୁକ୍ତି ପାଳନ କରନ୍ତିନି। ମେଡିକାଲ ପଢ଼ିବା ପରେ ରାଜ୍ୟ ବାହାରକୁ ଯାଇ ଚାକିରି କରନ୍ତି। ଏହାକୁ ରୋକିବା ପାଇଁ  ରାଜ୍ୟ ସରକାର ଏହି ନିୟମକୁ କଡ଼ାକଡ଼ି କରିଛନ୍ତି।

Comment