ଓଡ଼ିଶାଲାଇଭ୍ ବ୍ୟୁରୋ

୪୩ ତମ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ୧୯୮୬ ବ୍ୟାଚର ଆଇଏଏସ୍‌ ଅସିତ ତ୍ରିପାଠୀ। ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଅସିତ ତ୍ରିପାଠୀଙ୍କୁ କାର୍ଯ୍ୟଭାର ପ୍ରଦାନ କରିଛନ୍ତି।

ଅସିତ ତ୍ରିପାଠୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଭାବେ ରହି ନିଜର ଦକ୍ଷତା ଦେଖାଇଥିଲେ। ୨୦୧୫ରେ ଶ୍ରୀ ତ୍ରିପାଠୀଙ୍କୁ ଗୃହ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୮ରେ ଆର୍‌ ବାଲାକ୍ରିଷ୍ଣନ ଉନ୍ନୟନ କମିଶନର ପଦରୁ ଅବସର ନେବା ପରେ ଅସିତଙ୍କୁ ଏହି ପଦବୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା।

ନିକଟରେ ଅସିତ ତ୍ରିପାଠୀଙ୍କୁ କେବିକେର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଦିଆଯାଇଥିଲା।

ଅସିତ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇବା ପରେ ସୁରେଶ ମହାପାତ୍ରଙ୍କୁ ଉନ୍ନୟନ କମିଶନର କରାଯାଇଛି। ଆର୍ ବାଲାକ୍ରିଷ୍ଣନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି।

ଅସିତ ତ୍ରିପାଠୀ ତାଳଚେରର ଉପ-ଜିଲ୍ଲାପାଳ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ପରେ ସୁନ୍ଦରଗଡ଼ର ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ। ୨୦୧୫ରେ ଶ୍ରୀ ତ୍ରୀପାଠୀ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିଲେ। ୨୦୧୭ରେ ସେ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ପାଇଥିଲେ।

ଅପ୍ୟପଟେ ସୁରେଶ ମହାପାତ୍ର ମଧ୍ୟ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟ ନିର୍ବାଚସ କମିସନ୍ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଦିତ୍ୟ ପ୍ରସାଦ ପାଢ଼ୀ ।

Comment