ଓଡ଼ିଶାଲାଇଭ୍ ବ୍ୟୁରୋ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଡୁଙ୍ଗୁରିଗୁଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଛି। ନୃଶଂସ ଶ୍ୱଶୁର ଜ୍ୱାଇଁର ଗୋଡ଼କୁ ଟାଙ୍ଗିଆରେ ହାଣି ଦି ଗଡ଼ କରି ଦେଇଛି। ଜ୍ୱାଇଁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଶ୍ୱଶୁର ଫେରାର ହୋଇ ଯାଇଛନ୍ତି। ନିଜ ସ୍ତ୍ରୀକୁ ଅଙ୍ଗନବାଡ଼ି କେନ୍ଦ୍ରରେ ଛାଡ଼ି ଘରକୁ ଫେରୁଥିବା ବେଳେ ଶ୍ୱଶୁର ଟାଙ୍ଗିଆ ଧରି ଛକି ବସିଥିଲା। ନିଛାଟିଆ ଜାଗାରେ ଆଣ୍ଠୁ ଉପରକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଫଳରେ ତଳେ ପଡ଼ିଯାଇ ଜ୍ୱାଇଁ ଛଟପଟ ହୋଇଥିଲେ।

LEAVE A REPLY

Please enter your comment!
Please enter your name here