ଓଡ଼ିଶାଲାଇଭ୍‌ ବ୍ୟୁରୋ

କଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ଜାତିସଂଘଠାରୁ ଆରମ୍ଭ କରି ବିଭିନ୍ନ ମୁସ୍‌ଲିମ୍‌ ଦେଶର ଦ୍ୱାରସ୍ତ ହୋଇଥିବା ପାକିସ୍ତାନ ସବୁଆଡ଼ୁ ନିରାଶ ‌ହୋଇଛି। ସବୁଠୁ ନିରାଶ ହେବା ପରେ ପାକିସ୍ତାନ ଏବେ ଭାରତକୁ ସିଧାସଳଖ ପରମାଣୁ ଯୁଦ୍ଧ ଧମକ ଦେଇଛି।

‘‘କଶ୍ମୀର ପ୍ରସଙ୍ଗରେ ତାଙ୍କ ଦେଶ ‌ଯେକୌଣସି ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବନାହିଁ। ଧାରା ୩୭୦କୁ ହଟାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ଭୁଲ୍‌ କରିଛନ୍ତି‘‘,  ଇମ୍ରାନ ଖାନ ଧମକ ଦେଇ ଏଭଳି କହିଛନ୍ତି।

ଫ୍ରାନ୍ସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଶ୍ମୀର ପ୍ରସଙ୍ଗରେ ଦୀର୍ଘ ସମୟ ଧରି ହୋଇଥିଲା ଆଲୋଚନା। ଆଲୋଚନା ଶେଷ ହେବା ପରେ ଉଭୟ ଦେଶର ରାଷ୍ଟ୍ର ମୁଖ୍ୟ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହାପରେ ଇମ୍ରାନ ଏମିତି ଧମକ ଦେଇଥିଲେ।

ମୋଦି କହିଥିଲେ, ‘‘କଶ୍ମୀର ହେଉଛି ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ପ୍ରସଙ୍ଗ। ଏହି ପ୍ରସଙ୍ଗରେ ଅନ୍ୟ ଦେଶର ହସ୍ତକ୍ଷେପ ଆମେ ଚାହୁଁନୁ। ଆମ ସମସ୍ୟାରେ ତୃତୀୟ ପକ୍ଷକୁ କଷ୍ଟ ଦେବାକୁ ଚାହୁଁନୁ। କେବଳ କଶ୍ମୀର ନୁହେଁ, ଭାରତ-ପାକିସ୍ତାନ ଭିତରେ ଅନେକ ଦ୍ୱିପାକ୍ଷିକ ପ୍ରସଙ୍ଗ ରହିଛି। ଆମେ ଏହାକୁ ଆଲୋଚନା ମାଧ୍ୟମରେ ସମାଧାନ କରିବୁ।’’

Comment