ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ବିଦ୍ୟାର୍ଥୀ ପରୀକ୍ଷାରେ ଖରାପ ପ୍ରଦର୍ଶନ କଲେ ପ୍ରଧାନ ଶିକ୍ଷକଙ୍କ ବଢ଼ିବନି ଦରମା  

ମାଟ୍ରିକ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ବିଦ୍ୟାଳୟ ପାଇଁ କଠୋର ହେଲେ ରାଜ୍ୟ ସରକାର। ଶୂନ ଫଳ ରଖିଥିବା ଓ ୫୦ ପ୍ରତିଶତରୁ କମ ରେଜଲ୍ଟ କରିଥିବା ସ୍କୁଲ ପ୍ରଧାନ ଶିକ୍ଷକଙ୍କ ବାର୍ଷିକ ବେତନ ବୃଦ୍ଧି ହେବ ନାହିଁ। ସମସ୍ତ ସରକାରୀ ସ୍କୁଲ, ଅନୁଦାନପ୍ରାପ୍ତ , ଉନ୍ନୀତ ବିଦ୍ୟାଳୟ ପାଇଁ ଏହି ନିୟମ ଲାଗୁ ହେବ।

ଆଜି ମାଲେସିଆ ଜାହାଜରୁ କଢ଼ାଯିବ ତେଲ

ଚିଲିକା ନିକଟ ରାଜହଂସରେ ଲାଗିଥିବା ମାଲେସିଆ ଜାହାଜ ଜିନ୍ ହ୍ୱାର୍ କଣ୍ଟେନରଟି ଗୋଟିଏ ପଟକୁ ଢଳି ପଡ଼ିଛି। କିନ୍ତୁ ସୁରକ୍ଷିତ ଅଛି ଜାହାଜର ଇଞ୍ଜିନ। ଏହାସହ ଜାହଜର ଇଞ୍ଜିନ୍ ସୁରକ୍ଷିତ ଥିବାରୁ ତୈଳ ନିର୍ଗତ ହେଉ ନଥିବା ଜଣାପଡ଼ିଛି।

ମାଲକାନଗିରି: ମାଓ ଗୁଳିରେ ଜଣେ ଯବାନ ସହିଦ

ମାଲକାନଗିରିରେ ମାଓ ଗୁଳିରେ ଜଣେ ଯବାନ ସହିଦ ହୋଇଥିଲା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯବାନଙ୍କ ଖଇରପୁଟ ମେଡିକାଲରେ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ସଂପୃକ୍ତ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

ସାବଧାନ! ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌

ସାବଧାନ! ଜଗିଛି କମିଶନରେଟ ପୋଲିସ। ଏଣିକି ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କଲେ ଦେବାକୁ ହେବ ମୋଟା ଅଙ୍କର ଜରିମାନା। ସେପ୍ଟେମ୍ବର ୧ରୁ ଏହି ନିୟମ ଲାଗୁ ହେବାକୁ ଯାଉଛି। ଏହି ନିୟମ ଅନୁଯାୟୀ ନାବାଳକ ତଥା ନାବାଳିକା ଗାଡ଼ି ଚଳାଇଲେ ପୂର୍ବରୁ ଜରିମାନା ନଥିଲା। କିନ୍ତୁ ଏବେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ନାବାଳକ ବା ନାବାଳିକା ଗାଡ଼ି ଚଳାଉଛନ୍ତି, ତେବେ ସେମାନଙ୍କ ଅଭିଭାବକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ଅଭିଭାବକଙ୍କୁ ୨୫ ହଜାର ଟଙ୍କର ଗଣିବାକୁ ହେବ।

ଅଦ୍ଭୁତ ମନ୍ଦିର! ଯେଉଁଠି ପୂଜା ପାଉଛନ୍ତି ତ୍ରିନେତ୍ର ଗଣେଶ

ସାରାଦେଶରେ ଭିନ୍ନ ଭିନ୍ନ ଗଣେଶ ମନ୍ଦିର ରହିଛି। ପ୍ରତି ମନ୍ଦିରର କିଛି ନା କିଛି ଭିନ୍ନ କାହାଣୀ ଓ ବିଶେଷତ୍ୱ ରହିଛି। ସବୁ ମନ୍ଦିରଠୁ ସମ୍ପୂର୍ଣ୍ଣ ଭିନ୍ନ ମନ୍ଦିର ହେଉଛି ତ୍ରିନେତ୍ର ଗଣେଶ ରଣଥମ୍ବୋର ମନ୍ଦିର। ଏହି ମନ୍ଦିରରେ ରାଜସ୍ଥାନରେ ରହିଛି। ଏହା ଦେଶର ପ୍ରଥମ ଏକମାତ୍ର ମନ୍ଦିର ଯେଉଁଠି ତ୍ରିନେତ୍ର ଗଣେଶ ପୂଜା ପାଉଛନ୍ତି।

Comment