ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଆଜି ଗାଦି ଛାଡ଼ିବେ ଏମାର ମଠ ମହନ୍ତ?

ରଘୁନନ୍ଦନ ପାଠାଗାର ସମ୍ପୂର୍ଣ୍ଣ ମାଟିରେ ମିଶିବା ପରେ ଆଜି ପୁଣି ଚତୁର୍ଥ ଦିନରେ ପ୍ରଶାସନ ଐତିହାସିକ ଏମାର ମଠର ମୂଳ ଗାଦିରେ ହାତ ମାରିବ। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ମଠ ମହନ୍ତ ଗାଦିରୁ ବାହାରି ପାରନ୍ତି ବୋଲି ଆଲୋଚନା ହେଉଛି।

ଟ୍ରାଫିକ ଉଲ୍ଲଙ୍ଘନକାରୀ ସାବଧାନ! ଉପରେ ବୁଲୁଛି ଡ୍ରୋନ୍‌ କ୍ୟାମେରା

ରାଜଧାନୀ ଭୁବନେଶ୍ୱରରେ ଯେଉଁମାନେ ଇଛାକୃତ ଭାବରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନେ ଏଣିକି ସାବଧାନ ହୋଇ ଯାଆନ୍ତୁ। ଟ୍ରାଫିକ ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କୁ ଚିହ୍ନଟ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଡ୍ରୋନ୍‌ କ୍ୟାମେରା ବ୍ୟବହାର କରିବା ଆରମ୍ଭ ହୋଇଛି।

ଦ୍ଵିତୀୟ ଟେଷ୍ଟ – ପ୍ରଥମ ଦିନରେ କୋହଲି ଓ ଅଗ୍ରଓ୍ଵାଲଙ୍କ ଅର୍ଦ୍ଧଶତକ

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟ ଚାଲିଥିବା ଶେଷ ଟେଷ୍ଟରେ ପ୍ରଥମ ଦିନ ଶେଷ ହୋଇଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି(୭୬) ଓ ମୟଙ୍କ ଅଗ୍ରଓ୍ଵାଲ(୫୫) କରିଛନ୍ତି। ଫଳରେ ଭାରତୀୟ ଦଳ ପ୍ରଥମ ଦିନ ଶେଷ ସୁଦ୍ଧା ୫ ଓ୍ଵିକେଟ ହରାଇ ୨୬୪ ରନ କରିଛି।

ବିଶ୍ୱର ପ୍ରଥମ ଟ୍ରେନ୍ ହସ୍ପିଟାଲ ‘ଲାଇଫଲାଇନ୍ ଏକ୍ସପ୍ରେସ୍’ – ରୋଗୀଙ୍କ କରୁଛି ମାଗଣା ଚିକିତ୍ସା

ଟ୍ରେନରେ ହୋଇପାରୁଛି ରୋଗୀଙ୍କ ଚିକିତ୍ସା। ଟ୍ରେନ ଭିତରେ ମିଳିପାରୁଛି ସାଧାରଣ ଲୋକଙ୍କୁ ଉନ୍ନତ ମାନର ଚିକିତ୍ସା ସେବା। ଏଭଳି ଏକ ଭିନ୍ନ ପ୍ରୟାସ ନେଇ ଆରମ୍ଭ ହୋଇଛି ‘ଲାଇଫଲାଇନ୍ ଏକ୍ସପ୍ରେସ୍’ ।

ଜନ୍ମ ନ୍ୟୁଜିଲାଣ୍ଡରେ, ହେଲେ ଏବେ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର

ନ୍ୟୁଜିଲାଣ୍ଡରେ ଜନ୍ମଗ୍ରହଣ କରିଥିବା ବେନ ଷ୍ଟୋକ୍ସ ବର୍ତ୍ତମାନ ଇଂଲଣ୍ଡ ଦଳର ଷ୍ଟାର ଅଲରାଉଣ୍ଡର ଭାବେ ପରିଚିତ। ଚଳିତ ବିଶ୍ଵକପରେ ଇଂଲଣ୍ଡ ପକ୍ଷରୁ ଖେଳି ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଷ୍ଟୋକ୍ସ। ଏହାମଧ୍ୟରେ ସେ ନ୍ୟୁଜିଲାଣ୍ଡର୍ ଅଫ୍ ଦି ଇଅର ପୁରସ୍କାର ଦୌଡ଼ରେ ମଧ୍ୟ ସାମିଲ ହୋଇଥିଲେ। ସେ ନ୍ୟୁଜିଲାଣ୍ଡର ମୂଳ ବାସିନ୍ଦା ହୋଇଥିବାରୁ ତାଙ୍କୁ ଏଥିରେ ସାମିଲ କରାଯାଇଛି।

‘ଖତରୋଁ କେ ଖିଲାଡ଼ି’ ପାଇଁ କଠିନ ପରିଶ୍ରମ କରୁଛନ୍ତି ତେଜସ୍ୱୀ

ଲୋକପ୍ରିୟ ସିରିଏଲ ସ୍ୱାରାଗିନୀ ଫେମ୍‌ ତେଜସ୍ୱୀ ପ୍ରକାଶ ରିଆଲିଟି ସୋ ‘ଖତରେୋଁ କେ ଖିଲାଡ଼ି’ ୧୦ତମ ସିଜିନରେ ଭାଗ ନେବେ। ମିଡିଆ ରିପୋର୍ଟ ଅନୁସାରେ ତେଜସ୍ୱୀ ଏହି ସୋ ପାଇଁ କଡ଼ା ପରିଶ୍ରମ କରୁଛନ୍ତି। ସୋ ପାଇଁ ଓଜନ କମ୍‌ କରିବାକୁ ସେ ଲାଗି ପଡ଼ିଛନ୍ତି। ସେ ଏବେ ନିୟମିତ ଜିମ୍‌ ଯାଉଥିବା ଜଣାପଡ଼ିଛି।

Comment