ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଆମ ଆଜେଣ୍ଡାର କେନ୍ଦ୍ରବିନ୍ଦୁ ସାଧାରଣ ଲୋକ – ନବୀନ ପଟ୍ଟନାୟକ

“ଆମ ଆଜେଣ୍ଡାର କେନ୍ଦ୍ରବିନ୍ଦୁ ହେଉଛନ୍ତି ସାଧାରଣ ଲୋକ। ସେଥିପାଇଁ ସାଧାରଣ ଲୋକଙ୍କ ତାଙ୍କ ଅଧିକାର ଦେବା ପାଇଁ ଆମେ ୫ଟି’କୁ ଗୁରୁତ୍ଵ ଦେଉଛୁ। ରାଜ୍ୟର ସାଢ଼େ ଚାରିକୋଟି ଲୋକଙ୍କ ଆର୍ଶୀବାଦ ଆମେ ପାଇଥିବାରୁ ଆମେ ସବୁ ବେଳେ ତାଙ୍କ ଉପରେ ଋଣି। ଏଦିଗରେ ସମସ୍ତେ କାମ କରନ୍ତୁ। କାଲିଠୁ ବିଜେଡି ମେମ୍ଵରସିପ୍‌ ଡ୍ରାଇଭ ଆରମ୍ଭ ହେବ” ବୋଲି ବିଜେଡି କାର୍ଯ୍ୟକାରିଣୀ ବୈଠକରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସାଂଗଠନିକ ନିର୍ବାଚନ ପାଇଁ ନବୀନଙ୍କୁ ଦିଆଗଲା ଦାୟିତ୍ୱ

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ମିଳିଛି ଦଳର ଗୁରୁଦାୟିତ୍ୱ। ଆଗକୁ ଦଳର ସାଂଗଠନିକ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଦଳର କର୍ମକର୍ତ୍ତାମାନେ ନବୀନଙ୍କୁ ରିଟର୍ଣ୍ଣି ଅଫିସର ନିଯୁକ୍ତି କରିବାର ଦାୟିତ୍ୱ ଦେଇଛନ୍ତି।

ସେପ୍ଟେମ୍ବର ୬ରୁ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ

୨୦୧୯ ଓଡ଼ିଶା ସାଧାରଣ ନିର୍ବାଚନରେ କଂଗ୍ରେସ ବିରାଟ ପରାଜୟ ପରେ ଏବେ ସଂଗଠନକୁ ମଜବୁତ କରିବା ପାଇଁ ଆରମ୍ଭ ହୋଇଛି ଅଙ୍କକଷା। ଆସନ୍ତା ସେପ୍ଟେମ୍ବର ୬ରୁ କଂଗ୍ରେସ ଆରମ୍ଭ କରିବାକୁ ଯାଉଛି ସଭ୍ୟ ସଂଗ୍ରହ ଅଭିଯାନ। ଏନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ସୂଚନା ଦେଇଛନ୍ତି।

କେନ୍ଦ୍ରାପଡ଼ା : ଗଛ ପଡ଼ି ନବମ ଶ୍ରେଣୀ ଛାତ୍ରୀ ଗୁରୁତର

ଗଛ ପଡ଼ି ଜଣେ ନବମ ଶ୍ରେଣୀ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି କେନ୍ଦ୍ରପଡ଼ା ଜିଲ୍ଲା କଲେଜ ଛକ ନିକଟରେ। ଛାତ୍ରୀ ଜଣକ ହେଉଛନ୍ତି କଜଳା ଅଞ୍ଚଳର ଶିଶିର ବଳଙ୍କ ଝିଅ ଶଜଲ ବଳ। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଶଶୀ ଥରୁର୍‌ଙ୍କ ବିରୋଧରେ ହତ୍ୟା ମକଦ୍ଦମା ପାଇଁ ଦିଲ୍ଲୀ ପୋଲିସର ଆବେଦନ

ପୁଣି ଅଡ଼ୁଆରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ସାଂସଦ ଶଶୀ ଥରୁର୍‌। ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ଶଶୀ ଥରୁର୍‌କୁ ପୁଣି ଏକ ଝଟକା ଲାଗିଛି। ଶନିବାର ଶଶୀ ଥରୁର୍‌ଙ୍କ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ କରିବା ପାଇଁ ଦିଲ୍ଲୀ ପୋଲିସ ଆବେଦନ କରିଛି।

ପ୍ରଧାନମନ୍ତ୍ରୀଙ୍କ ସହ ଚନ୍ଦ୍ରଯାନ-୨ର ଅବତରଣ ଦେଖିବେ ଓଡ଼ିଶାର ଶରଣ୍ୟା ଓ ଚିନ୍ମୟ

ସେପ୍ଟେମ୍ଵର ୭ ତାରିଖରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୨। ଏହି ଅବତରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୬୦ଜଣ ଛାତ୍ରଛାତୀଙ୍କ ସହିତ ଦେଖିବେ। ତେବେ ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଶାରୁ ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଶରଣ୍ୟା ନନ୍ଦ ଓ ଝାରସୁଗୁଡ଼ା ଜିଲ୍ଲା ଡିଏଭି ଏମସିଏଲ ଲଖନପୁରର ଅଷ୍ଟମ ଶ୍ରେଣୀର ଛାତ୍ର ଚିନ୍ମୟ ଚୌଧୁରୀ ସ୍ଥାନ ପାଇଛନ୍ତି।

ସରକାର ବୁଝିଲେ – ଆଗେ ପ୍ୟାକେଜ ପରେ ଉଚ୍ଛେଦ

ଶେଷରେ ସରକାର ବୁଝିଲେ ଆଗେ ପ୍ୟାକେଜ ପରେ ଉଚ୍ଛେଦ। ପୁରୀ ଉଚ୍ଛେଦ ପ୍ରକ୍ରିୟାରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି। ଥଇଥାନ ବିନା ଉଚ୍ଛେଦକୁ ବିଭିନ୍ନ ମହଲରେ ସମାଲୋଚନା କରିବା ପରେ ଏବେ ସରକାର ଏକଥା ବୁଝିପାରିଛନ୍ତି।

ସାବଧାନ! ଜୋରଜବରଦସ୍ତ ଚାନ୍ଦା ଆଦାୟ କଲେ ଥାନାକୁ ଯିବେ

ରାତିରେ ଯାତ୍ରା କରୁଥିବା ବସ୍‌ଗୁଡ଼ିକରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରୁଥିଲେ ଡକାୟତି ମାମଲା ରୁଜୁ ହେବ। ଏନେଇ ପୋଲିସ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି। ଶନିବାର ଓଡ଼ିଶା ବସ୍‌ ମାଲିକ ସଂଘ ପୋଲିସ୍‌ ଡିଜିଙ୍କୁ ଭେଟି ଏଦିଗରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ଡିଜି ରାଜ୍ୟର ସମସ୍ତ ଥାନାକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ଏବେ ରାତି ସମୟରେ ବସ୍‌ ଅଟକାଇ ଚାନ୍ଦା ଆଦାୟ କରାଯାଉଥିବ ସୂଚନା ମିଳିଲେ ପୁଲିସ୍‌ ତୁରନ୍ତ ପଦକ୍ଷେପ ନେବ।

ମୋଦୀ ସରକାରକୁ ଟାର୍ଗେଟ କଲେ ମନମୋହନ ସିଂହ – ବିମୁଦ୍ରୀକରଣ ଓ ଜିଏସଟି ଯୋଗୁଁ ଦେଶ ଅର୍ଥନୀତି ବାଟବଣା ହୋଇଛି

ଦେଶର ଅର୍ଥନୀତିକୁ ନେଇ ମୋଦୀ ସରକାରକୁ ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଦେଶର ଅର୍ଥନୀତିକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ଏହାସହ ଜିଏସିଟି ଓ ବିମୁଦ୍ରୀକରଣ ଯୋଗୁଁ ଦେଶର ଅର୍ଥନୀତି ବଟବଣା ହୋଇଛି ବୋଲି ସେ କହିଛନ୍ତି। ମନମୋହନ ସିଂହଙ୍କ ଏକ ଭିଡିଓକୁ ଜାତୀୟ କଂଗ୍ରେସ ତା’ ଟୁଇଟର ପେଜରେ ପୋଷ୍ଟ କରିଛନ୍ତି।

ବର୍ଷାରେ ଭିଜିବ ଗଣେଶ ପୂଜା

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଲଘୁଚାପ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାରେ ସକ୍ରିୟ ହୋଇ ରହିଛି। ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୪ଦିନ ଧରି ବର୍ଷା ହେବାର ସମ୍ଭାବନା ରହିଛି।

ଆଜିଠୁ କଡ଼ା ଟ୍ରାଫିକ ନିୟମ – ଜାଣନ୍ତୁ କେଉଁ ନିୟମ ଭାଙ୍ଗିଲେ ଦେବେ କେତେ ଫାଇନ୍‌

ସାବଧାନ! ଜଗିଛି କମିଶନରେଟ ପୋଲିସ। ଏଣିକି ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କଲେ ଦେବାକୁ ହେବ ମୋଟା ଅଙ୍କର ଜରିମାନା। କମିଶନରେଟ ପୋଲିସ ପକ୍ଷରୁ ଆଜିଠାରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହୋଇଛି। ତେବେ ଆସନ୍ତୁ ଜାଣିବା କେଉଁ ନିୟମ ଭାଙ୍ଗିଲେ ଆପଣଙ୍କୁ କେତେ ଟଙ୍କା ଫାଇନ୍‌ ଦେବାକୁ ପଡ଼ିବ?

୫ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି

ଦେଶରେ ୫ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ। ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ରାଜ୍ୟପାଳଙ୍କୁ ନିଯୁକ୍ତି କରାଯାଇଛି।

ଓଭରଟେକ୍‌ ହେଲା କାଳ, ଦୁର୍ଘଟଣାରେ ଦୁଇ ପୋଲିସ କର୍ମଚାରୀ ମୃତ

କଳାହାଣ୍ଡି ଜିଲ୍ଲା କୋକସରା ନିକଟରେ ଏକ ବସ୍‌କୁ ଓଭରଟେକ କଲା ବେଳେ ବସ୍‌ରେ ପିଟି ହୋଇ ଜଣେ ଆଇଆରବି ଯବାନ ଓ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟ ହୋଇଛି। ଏହାସହ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଆଇଆରବି ଯବାନ କ୍ଷୀରସିନ୍ଧୁ ଧରୁଆ ଓ ମୋଟେରୁ ଫାଣ୍ଡିର ହୋମ ଗାର୍ଡ ପୂର୍ଣ୍ଣ ନାଏକ।

କେନ୍ଦ୍ରାପଡ଼ା : ଗ୍ୟାସ ସିଲିଣ୍ଡର ଫାଟି ଦୁଇ ପୋଲିସ କର୍ମଚାରୀ ମୃତ

କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରିନାସୀ ଗାଁରେ ଅଭାବନୀୟ ଘଟଣା ଘଟସିଛି। ରୋଷେଇ ଘର ଗ୍ୟାସ ଟାଙ୍କି ଫାଟି ସାମୁଦ୍ରିକ ଥାନାର ଦୁଇଜଣ ନାବିକଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଦ୍ଵିତୀୟ ଦିନରେ ବୁମରାଙ୍କ ଘାତକ ବୋଲିଂ, ଓ୍ଵେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ

ଭାରତ-ଓ୍ଵେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଶେଷ ଟେଷ୍ଟ ମ୍ୟାଚର ଦ୍ଵିତୀୟ ଦିନରେ ବୁମରାଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି ଓ୍ଵେଷ୍ଟଇଣ୍ଡିଜ ଦଳ। ଦ୍ଵିତୀୟ ଦିନ ଖେଳ ଶେଷ ସୁଦ୍ଧା ଓ୍ଵେଷ୍ଟଇଣ୍ଡିଜ ୭ ଓ୍ଵିକେଟ ହରାଇ ୮୭ ରନ କରିଛି। ତେବେ ବୁମରା ଗୋଟିଏ ଦିନରେ ୬ ଓ୍ଵିକେଟ ହାସଲ କରି ଓ୍ଵେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି।

ଡ୍ୟାନ୍ସ ପାଇଁ ଦିନେ ହ୍ରିତିକଙ୍କୁ ମିଳିଥିଲା ୧୦୦ ଟଙ୍କା, ଆଜି ନେଉଛନ୍ତି କୋଟି କୋଟି

ବଲିଉଡ୍‌ ସୁପରଷ୍ଟାର ହ୍ରିତିକ ରୋଶନଙ୍କୁ କିଏ ବା ନଜାଣେ। ତାଙ୍କର ଦକ୍ଷ ଅଭିନୟ ଓ ଚମତ୍କାର ଡ୍ୟାନ୍ସ ପାଇଁ ସେ ବେଶ୍‌ ସୁଖ୍ୟାତି ଅର୍ଜନ କରିଛନ୍ତି। ଶିଶୁ କଳାକାର ଭାବେ ଅଭିନୟ ଦୁନିଆଁରେ ପାଦ ଦେଇଥିବା ହ୍ରିତିକ ଦର୍ଶକ ମହଲରେ ବେଶ ଲୋକପ୍ରିୟତା ଅର୍ଜନ କରିଛନ୍ତି।

Comment