ଓଡ଼ିଶାଲାଇଭ୍ ବ୍ୟୁରୋ

କଳାହାଣ୍ଡି ମହାରାଜା ଉଦିତ ପ୍ରତାପ ଦେବଙ୍କର ଆଜି ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ପରଲୋକ ହୋଇଛି। ଉଦିତ ପ୍ରତାପ ଦେବ ୩୨ତମ ନାଗବଂଶୀ ଶାସକ ଥିଲେ। ଅସୁସ୍ଥତା ଯୋଗୁଁ ତାଙ୍କୁ ଆମ୍ରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ସନ୍ଧ୍ୟା ୫ଟା ୪୫ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା।

୧୯୪୮ରେ ଜନ୍ମ ହୋଇଥିଲେ ଉଦିତ ପ୍ରତାପ ଦେବ। ସେ  ଜୁନାଗଡରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମୃତ୍ୟୁବେଳକୁ ତାଙ୍କ  ପାଖରେ ରାଣୀ ପଦ୍ମମଞ୍ଜରୀ ଦେବୀ, ଅନନ୍ତ ପ୍ରତାପ ଦେଓ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ କଳାହାଣ୍ଡିରେ ଶୋକରେ ଛାୟା ଖେଳିଯାଇଛି।

ତାଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Comment