ଓଡ଼ିଶାଲାଇଭ୍‌  ବ୍ୟୁରୋ

ନୂଆଁଖାଇ ଜୁହାର। ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଉତ୍ସବ ମୁଖର ପୂରା ପଶ୍ଚିମ ଓଡ଼ିଶା। ଆଜି ସମସ୍ତେ ଏକତ୍ରିତ ଖାଇବେ ନବାନ୍ନ। ପ୍ରଥମେ ଇଷ୍ଟଦେବୀଙ୍କୁ ବର୍ଷର ପ୍ରଥମ ଉତ୍ପାଦିତ ଶସ୍ୟ ଭୋଗ ଲାଗି କରାଯିବ। ତା’ପରେ ସମସ୍ତେ ଏକତ୍ରିତ ହୋଇ ନବାନ୍ନ ଖାଇବେ।

ଏହି ଅବସରରେ ନୂଆଁ ବ୍ରସ୍ତ୍ର, ନୂଆ ଚାଉଳ, ନାଚ, ଗୀତ, ବାଦ୍ୟରେ ଦୁଲୁକୁଛି ପୂରା ପଶ୍ଚିମ ଓଡ଼ିଶା। ସମସ୍ତେ ସାଙ୍ଗ, ସାଥୀ ସଂପର୍କୀୟଙ୍କୁ ଜଣାଇଛନ୍ତି ନୂଆଁଖାଇର ଶୁଭେଚ୍ଛା ଦେବା ସହ ଗୁରୁଜନମାନଙ୍କ  ଆଶୀର୍ବାଦ ନେଇଛନ୍ତି।

ନୂଆଁଖାଇ ଗାଁରୁ ସହର ସବୁଠି ଜୋରଦାର ସେଲିବ୍ରେସନ ଚାଲିଛି।  ବିଦେଶରେ ରହୁଥିବା ଲୋକ ମଧ୍ୟ ଘରମୁହାଁ ହୋଇଛନ୍ତି। ପିଠା, ମିଠାର ମହକରେ ଫାଟି ପଡ଼ୁଛି ପ୍ରତି ଘର।

କାହିଁକି ପାଳିତ ହୁଏ ଏହି ପର୍ବ?      

ଏହି ପର୍ବ ଧାନ ଅମଳର ଖୁସିରେ ପାଳନ କରିବା ନିମନ୍ତେ କରାଯାଇଥାଏ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ଗଣେଶ ଚତୁର୍ଥୀ ପରଦିନ ପାଳିତ ହୋଇଥାଏ।

ଏହା ‘ନୂଆଁଖାଇ ପରବ’ ନାମରେ ଜଣାଶୁଣା। ଧାନ ଅମଳର ଖୁସିରେ କୃଷକମାନେ ଏହାକୁ ପାଳନ କରିଥାନ୍ତି । କୃଷକ ପ୍ରଥମକରି ଆମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନୂଆଁଖାଇ। ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗ୍ନ” ବା ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ ।

ଚଳିତ ବର୍ଷ ଝାଡ଼ୁଆପଡ଼ା ବ୍ରହ୍ମପୁରା ମନ୍ଦିର ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ମା’ ସମଲେଶ୍ଵରୀଙ୍କ ପୀଠରେ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ଠାକୁରାଣୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ। ଏହାପରେ ସମସ୍ତେ ଏକତ୍ରିତ ହୋଇ ନୂଆ ଖାଇବେ।

Comment