ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତି ବର୍ଷ ତମାଖୁ ସେବନ କାରଣରୁ ୮ ନିୟୁତରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥାନ୍ତି।

ପ୍ରତି ବର୍ଷ ତମାଖୁ ସେବନ କାରଣରୁ ୮ ନିୟୁତରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥାନ୍ତି। ଅଧିକାଂଶ ତମାଖୁ ସମ୍ପର୍କିତ ମୃତ୍ୟୁ ନିମ୍ନ ଏବଂ ମଧ୍ୟମ ଆୟ ବର୍ଗ ଦେଶଗୁଡ଼ିକରେ ଘଟିଥାଏ, ଯେଉଁ ଅଞ୍ଚଳଗୁଡ଼ିକ ବ୍ୟାପକ ତମାଖୁ ଶିଳ୍ପାୟନ ଓ ବିପଣନର ଲକ୍ଷ୍ୟ ହୋଇଥାଏ।

  • ଧୂମପାନ କରୁନଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ତମାଖୁ ମାରାତ୍ମକ ହୋଇପାରେ।
  • ପରୋକ୍ଷ ଭାବରେ ତମାଖୁ ଧୂଆଁ ସଂସ୍ପର୍ଶରେ ଆସିବା ଫଳରେ ହୃଦରୋଗ, କର୍କଟ ଏବଂ ଅନ୍ୟାନ୍ୟ ରୋଗର କାରଣ ହୋଇଥାଏ। ଯାହାଫଳରେ ପ୍ରତିବର୍ଷ ଅତିରିକ୍ତ ୧.୨ ନିୟୁତ ବ୍ୟକ୍ତି ମୃତ୍ୟୁବରଣ କରିଥାନ୍ତି।
  • ତମାଖୁ ସେବନ କେବଳ ସ୍ୱାସ୍ଥ୍ୟ ହାନିର କାରଣ ହୋଇନଥାଏ ତାହା ସହିତ ଧୂମପାନରେ ମୋଟ୍ ଆର୍ଥିକ ବ୍ୟୟ ଓ  ସମୟ ହାନିର ମୂଲ୍ୟ ବର୍ଷ ପିଛା ୧.୪ ଶହ ନିୟୁତ ପାଖାପାଖି ହୋଇଥାଏ। ଏହାର ମୂଲ୍ୟ ବିଶ୍ୱର ବାର୍ଷିକ ଘରୋଇ ଉତ୍ପାଦର ୧.୮ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ।
  • ୪୦% ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଦେଖିବାକୁ ମିଳିଥାଏ, ଫଳରେ ଦେଶର ବିକାଶର ଏହା ଏକ ମୁଖ୍ୟ ବାଧକ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଏହି କୁଅଭ୍ୟାସର ମନୁଷ୍ୟର ସ୍ୱାସ୍ଥ୍ୟ ତଥା ଆର୍ଥିକ ବିକାଶ ଉପରେ ଧ୍ୱଂସକାରୀ ପ୍ରଭାବ ରହିଛି, କିନ୍ତୁ ଏହାକୁ ଏଡ଼ାଇ ଦିଆଯାଇପାରିବ। ବିଗ୍ ଟବାକୋ – ସହିତ ସମସ୍ତ ତମାଖୁ ଉତ୍ପାଦନକାରୀ ସେମାନଙ୍କର ଉତ୍ପାଦ ଜନିତ ବିପଦକୁ ଲୁଚାଇବା ପାଇଁ ସଂଗ୍ରାମ କରୁଛନ୍ତି। ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଏହି ବିପଦରୁ ମନୁଷ୍ୟ ସମାଜକୁ ରକ୍ଷା କରିବା ପାଇଁ ଉଦ୍ୟମ କରୁଛି। ତୁର୍କି ପରେ ପରେ ବ୍ରାଜିଲ୍ ତମାଖୁ ନିଷେଧ କରିଛି। ସଚେତନ ହୁଅନ୍ତୁ, ତମାଖୁ ବର୍ଜ୍ଜନ କରନ୍ତୁ ଓ ସୁସ୍ଥ ରହନ୍ତୁ|

LEAVE A REPLY

Please enter your comment!
Please enter your name here