ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶା ସରକାରଙ୍କ ନେତୃତ୍ୱରେ ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରିବା ଲକ୍ଷ୍ୟରେ ମ୍ୟାଲେରିଆ ନୋ ମୋର୍ ଇଣ୍ଡିଆ (ଏମ୍ଏନ୍ଏମ୍ ଇଣ୍ଡିଆ) ପକ୍ଷରୁ ମ୍ୟାଲେରିଆ ଆକ୍ସନ କୋଆଲିସନ୍ ବା ମ୍ୟାଲେରିଆ କାର୍ଯ୍ୟାନ୍ୱୟନ ମେଂଟ (ମ୍ୟାକ୍)ର ଶୁଭାରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଜାତୀୟ ଭୂତାଣୁ ଜନିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ସହାୟତା କରିବା ଉଦ୍ଦେଶ୍ୟରେ ମ୍ୟାକ୍ ଏକ ବହୁକ୍ଷେତ୍ରୀୟ ସମନ୍ୱୟ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ।

ଓଡ଼ିଶା ସରକାରଙ୍କ ଅଧ୍ୟକ୍ଷତାରେ ଗଠିତ ହେବାକୁ ଥିବା ଏହି ପ୍ଲାଟଫର୍ମରେ ବେସରକାରୀ ଟେକ୍ନିକାଲ, ରିସର୍ଚ୍ଚ ଓ ଯୋଜନା ରୂପାୟନ ଏଜେନ୍ସିଙ୍କ ସମେତ ଘରୋଇ କ୍ଷେତ୍ର, ଦାତା, ନିବେଶକ ଓ ଗଣମାଧ୍ୟମ ପାର୍ଟନର ପ୍ରତିନିଧି ରହିବେ। ଏହାକୁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଶୁଭାରମ୍ଭ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସଚିବ ତଥା କମିଶନର ଡକ୍ଟର ପି କେ ମେହେର୍ଦ୍ଦା, ସ୍ୱତନ୍ତ୍ର ସଚିବ ଡକ୍ଟର ଏଚ୍ ପି ପଟ୍ଟନାୟକ, ମ୍ୟାଲେରିଆ ନୋ ମୋର୍ର କଂଟ୍ରି ନିର୍ଦ୍ଦେଶକ ଡକ୍ଟର ସଞ୍ଜୀବ ଗାଏକ୍ୱାଡ୍ ଏବଂ ଆବୋଟ୍ଟ ଇଣ୍ଡିଆର ମହାପ୍ରବନ୍ଧକ ଭାସ୍କର ମାଲାଡ଼ିଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଅବସରରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, “ଜନ ସ୍ୱାସ୍ଥ୍ୟରେ ସୁଧାର ଆଣିବା ସରକାର, ଘରୋଇ କମ୍ପାନି ଓ କ୍ଷେତ୍ରୀୟ ବିଶେଷଜ୍ଞଙ୍କ ସମେତ ସବୁ ଅଂଶୀଦାରଙ୍କ ଏକ ମିଳିତ ଦାୟିତ୍ୱ। ମ୍ୟାଲେରିଆ ଆକ୍ସନ କୋଆଲିସନର ଶୁଭାରମ୍ଭ ବିଷୟରେ ଘୋଷଣା କରି ଆମେ ବେଶ୍ ଆନନ୍ଦିତ। ରାଜ୍ୟ ସରକାରଙ୍କ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତୀବ୍ରତର କରିବାରେ ଏହି ମେଂଟ ବିଭିନ୍ନ ଉନ୍ନତ ଚିନ୍ତାଧାରାକୁ ଆଣିବାରେ ସମର୍ଥ ହେବ।”

ମ୍ୟାଲେରିଆ ନୋ ମୋର୍ ଇଣ୍ଡିଆର କଂଟ୍ରି ନିର୍ଦ୍ଦେଶକ ଡ. ସଞ୍ଜୀବ ଗାଏକ୍ୱାଡ୍ କହିଛନ୍ତି, “ଓଡ଼ିଶାକୁ ମ୍ୟାଲେରିଆ ମୁକ୍ତ କରିବାକୁ ହେଲେ ଏକ ସିଙ୍ଗଲ୍ ପ୍ଲାଟଫର୍ମରେ ବିଭିନ୍ନ ଅଂଶୀଦାରଙ୍କୁ ଏକାଠି ଆଣିବା ଭଳି ଏକ ସଂଗଠନର ଆବଶ୍ୟକତା ଥିଲା ବୋଲି ଆମେ ଅନୁଭବ କରିଥିଲୁ । ମ୍ୟାକ୍ ଏହି ଅଭାବକୁ ପୂରଣ କରିବ ଏବଂ ମ୍ୟାଲେରିଆ ବିରୋଧରେ ଲଢ଼େଇକୁ ସାମଗ୍ରିକ ଓ ବ୍ୟାପକ କରିବ ବୋଲି ଆମେ ବିଶ୍ୱାସ ରଖିଛୁ।”

ମ୍ୟାଲେରିଆ ଆକ୍ସନ କୋଆଲିସନର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଏକ ମଜବୁତ ରାଜନୈତିକ ଇଚ୍ଛାଶକ୍ତି, ନୀତି ଓ ଗଣମାଧ୍ୟମ ପ୍ରତିଶ୍ରୁତିବଦ୍ଧତାକୁ ପ୍ରୋତ୍ସାହିତ କରିବା। ନୀତିଗତ ପଦକ୍ଷେପ ନିମନ୍ତେ ଜ୍ଞାନ ସଂଶ୍ଳେଷଣକୁ ଆଗେଇ ନେବା ସୃଜନଶୀଳ ଟୁଲ୍ ଓ ଟେକ୍ନୋଲୋଜି ଜରିଆରେ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନକୁ ସୁଦୃଢ଼ କରିବା।

Comment