ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଟ୍ରାଫିକ୍‌ ନିୟମକୁ ନେଇ ସଚେତନ କଲା ପୋଲିସ୍, ଚାଲାଣ ନେଲେ ହେଲମେଟ୍ ବାଣ୍ଟିଲେ

ରାଜଧାନୀରେ ଟ୍ରାଫିକ୍ ନିୟମ ଉଲଘଂନ କରୁଥିଲେ ସେମାନଙ୍କଠାରୁ ଚାଲାଣ କାଟି ତା ବଦଳରେ ଗୋଟିଏ ଲେଖାଏଁ ହେଲମେଟ୍ ବାଣ୍ଟୁଛି ପୋଲିସ। ବର୍ତ୍ତମାନ ୫ଟି କଥାକୁ ଲକ୍ଷ୍ୟ ରଖି ଫାଇନ୍ ଆଦାୟ ହେଉଛି। ଯଦି ଚାଳକ ଜଣକ ହେଲମେଟ୍ ପିନ୍ଧି ନ ଥିବେ, ମଦପିଇ ଗାଡ଼ି ଚଳାଉଥିବେ, ବାଇକରେ ତିନିଜଣ ବସି ଯାତ୍ରା କରୁଥିବେ, ସିଟ୍ ବେଲ୍ଟ ବାନ୍ଧି ନ ଥିବେ, ଏହାସହ ଫୋନରେ କଥା ହୋଇ ଗାଡ଼ି ଚଲାଉଥିଲେ ଚାଳକଙ୍କୁ ଗଣିବାକୁ ପଡୁଛି ଫାଇନ୍।

ସେନାକୁ ବଡ଼ ସଫଳତା – ଜମ୍ମୁ କଶ୍ମୀରରେ ୮ ଆତଙ୍କବାଦୀଙ୍କୁ କଲେ କାବୁ

ଜମ୍ମୁ କଶ୍ମୀରର ସୋପର ଅଞ୍ଚଳରୁ ୮ ଆତଙ୍କବାଦୀଙ୍କୁ ଗିରଫ କରିଛି ଭାରତୀୟ ସେନା। ଗିରଫ ହୋଇଥିବା ଆତଙ୍କବାଦୀମାନେ ପାକିସ୍ତାନୀ ଆତଙ୍କୀ ସଙ୍ଗଠନ ‘ଲସ୍କର ଏ ତୋଇବା’ ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ବୋଲି ଜଣାପଡ଼ିଛି।

ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ୨୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ। କମିଶନରେଟ ପୋଲିସ ଓ ସ୍ପେଶାଲ ସ୍ୱାଡର ମିଳିତ ଚଢ଼ାଉରେ ଏହି ବ୍ରାଉନସୁଗାର ଜବତ ହୋଇଛି।

‘VAHAN ସ୍ପେସ୍ ଗାଡ଼ି ନମ୍ବର’ SMS କରନ୍ତୁ, ଯେକୌଣସି ଗାଡ଼ିର ଜାତକ ଜାଣନ୍ତୁ

ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ପକ୍ଷରୁ ‘ବାହନ’ ସେବା ଉପଲବ୍ଧ ହେଉଛି। ଏହି ବାହନ ସେବା ମାଧ୍ୟମରେ ଜଣେ ନିଜ ଗାଡ଼ି ସମ୍ପର୍କିତ ସମସ୍ତ ସୂଚା ଏସ୍‌ଏମ୍‌ଏସ୍‌ ବା ମେସେଜ୍‌ କରି ପାଇପାରିବେ। ଏହି ମେସେଜ୍‌ ଜରିଆରେ ଗାଡ଼ିର ସମସ୍ତ ବିବରଣୀ- ଆର୍‌ଟିଓ ରେଜିଷ୍ଟ୍ରେସନ୍‌, ଗାଡ଼ି ନମ୍ବର, ଗାଡ଼ି ମଡେଲ, ଆର୍‌ସି ବୁକ୍‌, ଇନ୍‌ସୁରାନ୍ସ ଓ ଗାଡ଼ି ମାଲିକ ବିଷୟରେ ସମସ୍ତ ସୂଚନା ମିଳିପାରିବ।

ପୁରୀରେ ଏନକାଉଣ୍ଟର: ପୋଲିସ୍‌ ଗୁଳିରେ ୨ ଅପରାଧୀ ଆହତ

ପୁରୀରେ ଡବଲ ଏନ୍‌କାଉଣ୍ଟର କଳା ପୋଲିସ। ସୋମବାର ରାତିରେ ଦୁଇଟି ଅଲଗା ଅଲଗା ସ୍ଥାନରେ ଏନ୍‌କାଉଣ୍ଟର ହୋଇଥିବା ବେଳେ ଏଥିରେ ଦୁଇଜଣ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି। ଏନ୍‌କାଉଣ୍ଟରର ଶିକାର ହୋଇଥିବା ଦୁଇ ଅପରାଧୀ ହେଲେ ବିଶୁ ଓରଫ ବିଶ୍ୱ ରଞ୍ଜନ ସାହୁ ଓ ଟିକି ଓରଫ ସେୟା ମତ୍‌ ଖାଁ।

ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ବୈଠକ: ଜିଲ୍ଲାର ବିକାଶ ଉପରେ ହେଲା ଆଲୋଚନା

ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ବୈଠକ ସୋମବାର ସ୍ଥାନୀୟ ସେବା ସମାଜ ଆଶ୍ରମ ପରିସରରେ ଅନୁଷ୍ଟିତ ହୋଇଯାଇଛି। ପରିଷଦର ରାଜ୍ୟ ଶାଖା ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ୬ଟି ଜିଲ୍ଲାର ବହୁ ନେତୃତ୍ୱବୃନ୍ଦ ଯୋଗ ଦେଇ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ସେପ୍ଟେମ୍ବର ୧୭ ଯାଏଁ ବଢ଼ିଲା ଚାଷୀ ପଞ୍ଜୀକରଣ ଅବଧି

ବଢ଼ିଲା ଚାଷୀ ପଞ୍ଜୀକରଣ ଅବଧି। ଖରିଫ ୠତୁ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଅବଧିକୁ ୭ ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବ ନିର୍ଦ୍ଦାରିତ ତାରିଖ ଅନୁସାରେ ପଞ୍ଜୀକରଣର ଶେଷଦିନ ଆଜି ଥିଲା ବେଳେ ଏବେ ଏହାକୁ ସେପ୍ଟମ୍ବର ୧୭ ଯାଏଁ ଘୁଞ୍ଚାଇ ଦିଆଯାଇଛି। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଚାଷୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି।

କିଷାନ ମାନ ଧନ ଯୋଜନା: କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିବ ୩ହଜାର ଟଙ୍କାର ପେନ୍‌ସନ୍‌

ସେପ୍ଟେମ୍ବର ୧୨ରେ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଞ୍ଚିରେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ ମୋଦୀ। ଏହି ଯୋଜନାରେ ୬୦ ବର୍ଷ ବୟସରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୩ହଜାର ଟଙ୍କା ପେନ୍‌ସନ୍‌ ମିଳିବ। ଏହି ଯୋଜନାରେ ୫କୋଟି ଚାଷୀ ଉପକୃତ ହେବେ।

୧୧ ଯାଏଁ ରାଜ୍ୟରେ ମଧ୍ୟମ ଧରଣର ବର୍ଷା

ଆସନ୍ତା ୧୧ ତାରିଖ ଯାଏଁ ରାଜ୍ୟରେ ମଧ୍ୟମ ଧରଣର ବର୍ଷା। ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପୁରୀରେ ଏନକାଉଣ୍ଟର: ପୋଲିସ୍‌ ଗୁଳିରେ ୨ ଅପରାଧୀ ଆହତ

ପୁରୀରେ ଡବଲ ଏନ୍‌କାଉଣ୍ଟର କଳା ପୋଲିସ। ସୋମବାର ରାତିରେ ଦୁଇଟି ଅଲଗା ଅଲଗା ସ୍ଥାନରେ ଏନ୍‌କାଉଣ୍ଟର ହୋଇଥିବା ବେଳେ ଏଥିରେ ଦୁଇଜଣ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି। ଏନ୍‌କାଉଣ୍ଟରର ଶିକାର ହୋଇଥିବା ଦୁଇ ଅପରାଧୀ ହେଲେ ବିଶୁ ଓରଫ ବିଶ୍ୱ ରଞ୍ଜନ ସାହୁ ଓ ଟିକି ଓରଫ ସେୟା ମତ୍‌ ଖାଁ।

ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର କୋଚ୍ ହେଲେ ଭାରତୀୟ ଖେଳାଳି

ଦକ୍ଷିଣ ଆଫ୍ରିକା ଦଳର କୋଚ୍ ଭାବରେ ନିଯୁକ୍ତ ହୋଇଛନ୍ତି ଜଣେ ଭାରତୀୟ ଖେଳାଳି। ଭାରତ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଭାରତୀୟ ଖେଳାଳି ଅମୁଲ ମଜୁମଦାରଙ୍କୁ ଦଳର ଅନ୍ତରୀଣ ବ୍ୟାଟିଂ କୋଚ୍ ନିଯୁକ୍ତ କରିଛି।

କ୍ରିକେଟ୍ ବିଶ୍ୱକପରେ ବିଜୟୀ ହୋଇଥିବା ଅଧିନାୟକ

୧୯୭୫ ମସିହାରୁ ଆରମ୍ଭ ହୋଇଛି କ୍ରିକେଟ ବିଶ୍ୱକପ୍। କ୍ରିକେଟର ଜନ୍ମଦାତା କୁହାଯାଉଥିବା ଇଂଲଣ୍ଡରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ବିଶ୍ୱକପ୍ ଚଳିତ ଥର ମଧ୍ୟ ଇଂଲଣ୍ଡରେ ଶେଷ ହୋଇଛି। ଦୀର୍ଘ ଚାରିଦଶନ୍ଧିରୁ ଅଧିକ ସମୟ ଧରି ବିଶ୍ୱର ବିଭିନ୍ନ ଦେଶରେ ଖେଳାଯାଇଛି ଏହି କ୍ରିକେଟ ବିଶ୍ୱକପ୍। ତେବେ ବିଶ୍ୱକପର ବିଭିନ୍ନ ସଂସ୍କରଣରେ ଭିନ୍ନ ଭିନ୍ନ ଦେଶର ଅଧିନାୟକମାନେ ତୋଳିଧରିଛନ୍ତି ବିଶ୍ୱକପକୁ। ତେବେ ଜାଣନ୍ତୁ କେଉଁମାନେ ଏହି ବିଶ୍ୱକପ୍ ବିଜୟୀ ଅଧିନାୟକ..

ଟ୍ୱିଟର୍‌ରେ ୫୦ କୋଟି ଟପିଲା ମୋଦୀଙ୍କ ଫଲୋର୍ସ, ବିଶ୍ୱରେ ତୃତୀୟ!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଲଗାତାର ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ମଧ୍ୟ କମାଲ ଦେଖାଇଛନ୍ତି। ସୋମବାର ଟୁଇଟର୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଲୋର୍ସ ୫୦ ମିଲିୟନ ଅର୍ଥାତ୍‌ ୫ କୋଟି ପାର କରିଛି।

ଜନ ଅସନ୍ତୋଷ ପରେ ନରମିଲେ ସରକାର – ୩ ମାସ ପାଇଁ ଜରିମାନା ଆଦାୟ କୋହଳ କଲେ

ଚାରିଆଡ଼େ ଜନ ଅସନ୍ତୋଷ ଦେଖାଦେବା ପରେ ଆଜି ରାଜ୍ୟ ସରକାର ନରମିଛନ୍ତି। ନୂଆ ମୋଟର ଯାନ ଆଇନରେ ଜରିମାନା ଆଦାୟକୁ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୩ ମାସ ପାଇଁ ଜରିମାନା ଆଦାୟ ନକରି ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Comment