ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ଭୁବନେଶ୍ୱରରୁ ଦୁବାଇକୁ ସିଧା ବିମାନସେବା ପାଇଁ ସେ ଏହି ଚିଠି ଲେଖିଛନ୍ତି।

ଧର୍ମେନ୍ଦ୍ରଙ୍କ କହିବା ଅନୁସାରେ,୧୫ ହଜାରରୁ ଅଧିକ ଓଡ଼ିଆ ୟୁଏଇରେ ବସବାସ କରନ୍ତି। ଯଦି ଭୁବନେଶ୍ୱରରୁ ଦୁବାଇୁ ସିଧାସଳଖ ବିମାନ ସଂଯୋଗ କରାଯାଏ ତାହାଲେ ଓଡ଼ିଆ ଯାତ୍ରୀଙ୍କ ଦୁବାଇ ଯାତ୍ରା ସହଜ ହେବ।

ଭୁବନେଶ୍ୱରକୁ ଦୁବାଇ ସହିତ ଯୋଡିବା ପାଇଁ ଦୀର୍ଘଦିନରୁ ଏହି ଦାବି ହୋଇ ଆସୁଛି। ଏହି ବିମାନ ଚଳାଚଳ ଆରମ୍ଭ ହେଲେ ରାଜଧାନୀ ଭୁବନେଶ୍ୱର ସହ ସିଧାସିଧା ଅନ୍ତରାଷ୍ଟ୍ରୀୟ ବିମାନ ଯୋଗାଯୋଗ ହେବ।

Comment