ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ଅକ୍ଟୋବର ମାସ ୨ ତାରିଖ ତଥା ଗାନ୍ଧୀ ଜୟନ୍ତୀ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି ଫିଲ୍ମ ସୈରା ନରସିହ୍ମା ରେଡ୍ଡି।

୧୮୫୭ ମସିହାରୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଥିଲା। ତା’ ପୁର୍ବରୁ ବ୍ରିଟିଶଙ୍କ ସହ ଯେଉଁ ଲଢ଼େଇ ହୋଇଥିଲା ତାକୁ ନେଇ ଏହି ଫିଲ୍ମ ନିର୍ମିତ ହୋଇଛି।

ଫିଲ୍ମର ମୁଖ୍ୟ ଚରିତ୍ରରେ ଦର୍ଶକ ମାନେ ସାଉଥ୍ ସୁପରଷ୍ଟାର ଚିରଞ୍ଜୀବି ଓ ବିଗ୍ ବି ଅମିତାଭ୍ ବଚ୍ଚନଙ୍କୁ ଦେଖିବାକୁ ପାଇବେ। ଏହି ଦୁଇ ଜଣ ସିନିୟର କଳାକାରଙ୍କ ସହ ଫିଲ୍ମରେ ସାଉଥ୍ ଅଭିନେତା ସୁଦୀପ, ଅଭିନେତ୍ରୀ ନୟନ୍ତରା ଓ ତମନ୍ନା ଭାଟ୍ଟିଆ ମଧ୍ୟ ନଜର ଆସିବେ।

ଫିଲ୍ମର କାହାଣୀ ଇତିହାସର ଏକ ସତ୍ୟ ଘଟଣା ଉପରେ ପର୍ଯ୍ୟବେସିତ ହୋଇଛି। ଆନ୍ଧ୍ରପ୍ରଦେଶର ଉୟଲୱାଡ଼ା ନରସିଂହ୍ମା ରେଡ୍ଡି ନାମକ ଜଣେ ବୀର ଯୋଦ୍ଧାଙ୍କ ଜୀବନ କାହାଣୀ ସହ ବ୍ରିଟିଶମାନଙ୍କ ଜୁଲମ୍‌ ଦର୍ଶକ ଏହି ଫିଲ୍ମରେ ଦେଖିବାକୁ ପାଇବେ।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁରେନ୍ଦର ରେଡ୍ଡି ଓ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ରାମ ଚରଣ। ଫିଲ୍ମଟି ଏକାସଙ୍ଗରେ ତେଲୁଗୁ,ତାମିଲ,କନ୍ନଡ,ମାଲାୟାଲାମ ଓ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ। ବର୍ତ୍ତମାନ ସୁଦ୍ଧା ୟ୍ୟୁଟୁବରେ ଫିଲ୍ମର ଟ୍ରେଲରକୁ ୧୧ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ଏହାସହ ଫିଲ୍ମର ଟ୍ରେଲରକୁ ୨ ଲକ୍ଷରୁ ଅଧିକ ଲୋକ ପସନ୍ଦ ମଧ୍ୟ କରିଛନ୍ତି।

Comment