ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶରେ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ମୁଖ୍ୟ ଖବର।

ବିଜେପୁର: ପ୍ରତି ନିର୍ବାଚନରେ ପ୍ରାର୍ଥୀ ବଦଳାଏ ବିଜେପି!

ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ ବାଜିଛି। ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ଗୋଟିଏ ପାଦ ଆଗରେ ରହିଥିବା ବେଳେ ବିଜେପି ଗୋଟିଏ ପାଦ ପଛରେ ରହିଛି। ଏଥର ବିଜେପି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଅଙ୍କ ଛିଣ୍ଡୁ ନଥିବା କୁହାଯାଉଛି। ପ୍ରତି ନିର୍ବାଚନରେ ପ୍ରାର୍ଥୀ ବଦଳାଉଥିବା ବିଜେପି ଏଥର ପ୍ରାର୍ଥୀ ବଦଳାଇବ କି ବୋଲି ରାଜନୀତି କରିଡରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜୟପୁର: ଛାତ୍ରୀମାନଙ୍କୁ ନେଇ ଆରମ୍ଭ ହେଲା ରାଷ୍ଟ୍ରୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର

ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ ଏନଏସଏସ ତରଫରୁ ପୂଜା ସ୍ୱତନ୍ତ୍ର ଶିବିରର ଶୁଭାରମ୍ବ ହୋଇଛି। ଏନଏସଏସ ୟୁନିଟ-୧ର  ଯୋଜନା ଅଧିକାରୀ ମନୋରଞ୍ଜନ ପ୍ରଧାନଙ୍କ ନେତୃତ୍ଵରେ ୨୫ ଜଣ ସ୍ୱେଚ୍ଛାସେବୀ ଛାତ୍ରୀଙ୍କୁ ନେଇ ଜୟପୁର ବ୍ଲକର ଏକମ୍ବା ପଞ୍ଚାୟତ ଅନ୍ତର୍ଗତ ଗାଗନାପୁର ଗ୍ରାମରେ ଏହି କ୍ୟାମ୍ପ ଆରମ୍ବ ହୋଇଛି।

ଆର୍‌ଟିଓ ଅଫିସ୍‌ ହେବ ଦଲାଲମୁକ୍ତ! ଦଲାଲ୍‌ ଚିହ୍ନଟ ପାଇଁ କର୍ମଚାରୀ ହାତରେ ବାନ୍ଧିବେ ସ୍ୱତନ୍ତ୍ର ବ୍ୟାଣ୍ଡ

ଆର୍‌ଟିଓ ଅଫିସ ହେବ ଦଲାଲମୁକ୍ତ। ଏନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଯାଉଛନ୍ତି। ଦଲାଲଙ୍କୁ ଜାଣିବା ପାଇଁ ଆର୍‌ଟିଓ ଅଫିସର କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାଣ୍ଡ ଆସିବ। ଏହି ବ୍ୟାଣ୍ଡକୁ କର୍ମଚାରୀମାନେ ହାତରେ ବାନ୍ଧିବେ। ଏହି ବ୍ୟାଣ୍ଡରୁ ହିଁ ଜଣାପଡ଼ିବ କିଏ ଦଲାଲ୍ ଏବଂ କିଏ ଆର୍‌ଟିଓ କର୍ମଚାରୀ।

ଓଡ଼ିଶାରୁ ବିଦାୟ ନେଲେ ରାଷ୍ଟ୍ରପତି କୋବିନ୍ଦ

ଓଡ଼ିଶାରୁ ବିଦାୟ ନେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ କାର୍ଯ୍ୟକ୍ରମ ସାରି ଶନିବାର ଅପରାହଣ୍‌ରେ ଦିଲ୍ଲୀ ଫେରିଯାଇଛନ୍ତି।

ଜୁନାଗଡ଼ ଗଣଦୁଷ୍କର୍ମ ମାମଲା – ପୀଡ଼ିତାଙ୍କ ଦାବି ପରେ ଗିରଫ ହେଲା ମୁଖ୍ୟ ଖଳନାୟକ ଲଳିନ୍ଦ୍ର

ଜୁନାଗଡ଼ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ମୁଖ୍ୟ ଖଳନାୟକ ଡ୍ରାଇଭର ଲଳିନ୍ଦ୍ର ଶବରକୁ ଗିରଫ କରିଛି ପୋଲିସ। ପୀଡ଼ିତାଙ୍କ ସାନି ବୟାନ ଆଧାରରେ ଲଳିନ୍ଦ୍ରକୁ ଗିରଫ କରାଯାଇଛି। ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।

ଚଞ୍ଚଳ ସୂର୍ଯ୍ୟମୟୀ, ଚଗଲା ବାବୁସାନ 

‘ତୁ ଚଞ୍ଚଳ ନଇ ଟେ, ମୁଁ ଚଗଲା ଦରିଆ। ଭାଙ୍ଗି ସବୁ ମୁହାଣ ମୋ ଭିତରେ ବହିଯା’। ଏ କୌଣସି ରୋମାଣ୍ଟିକ କବିତା ନୁହେଁ କି କୌଣସି ପ୍ରେମିକର ଲେଖା ନୁହେଁ। ଏ ହେଉଛି ବାବୁସାନଙ୍କ ଆଗାମୀ ଓଡ଼ିଆ ଫିଲ୍ମ ମିଷ୍ଟର ମଜନୁର ଗୋଟିଏ ରୋମାଣ୍ଟିକ ଗୀତ।

ବିମାନ ଯାତ୍ରାକୁ ଡରନ୍ତି ଲତା ମଙ୍ଗେସକର

ଭାରତର ସବୁଠାରୁ ବଡ଼ ଗାୟିକା ହିସାବରେ ତାଙ୍କର ପରିଚୟ ରହିଛି। ଲତା ମଙ୍ଗେସକର ୩୫ରୁ ଅଧିକ ଭାଷାରେ ଗୀତ ଗାଇଛନ୍ତି।

ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ମହିଳା କ୍ରିକେଟ ଦଳ

ଆଗାମୀ ଓ୍ଵେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ମହିଳା କ୍ରିକେଟ ଦଳ। ଏନେଇ ବିସିସିଆଇ ସୂଚନା ଦେଇଛି। ଆସନ୍ତା ନଭେମ୍ବର ମାସ ପହିଲାରୁ ଆରମ୍ଭ ହେବାକୁ ଥିବା ଏହି ସିରିଜରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଘରୋଇ ୱେଷ୍ଟଇଣ୍ଡିଜ୍ ମହିଳା ଟିମ୍ ବିପକ୍ଷରେ ଦିନିକିଆ ଓ ଟି-୨୦ ମ୍ୟାଚ ଖେଳିବ।

ସମ୍‌ରେ ନିସନ୍ତାନ ଦମ୍ପତିଙ୍କ ପାଇଁ ସଚେତନତା ଶିବିର

ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ସନ୍ତାନ ସନ୍ତତି ନ ହେବା ଓ ବାରମ୍ବାର ଗର୍ଭ ନଷ୍ଟ ହେବା ଭଳି ସମସ୍ୟା ଥିବା ମହିଳାମାନଙ୍କ ପାଇଁ ସମ୍ ହସ୍ପିଟାଲ୍‌ର ସେଣ୍ଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ (ସିଏଚ୍‌ଆର) ବିଭାଗ ଆନୁକୂଲ୍ୟରେ ଏକ ମେଗା ପରାମର୍ଶ ଓ ସଚେତନତା ଶିବିରର ଆୟୋଜନ କରାଯାଇଛି। ଅକ୍ଟୋବର ୩ ଓ ୪ ତାରିଖ ଦୁଇଦିନ ଧରି ଏହି ଶିବିର ଚାଲିବ।

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର – ୩ ଆତଙ୍କୀ ନିହତ, ଜଣେ ଯବାନ ସହିଦ

ଜମ୍ମୁ କଶ୍ମୀରର ରାମବାନ ଜିଲ୍ଲାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ବହୁ ସମୟ ଧରି ଚାଲିଥିବା ପରସ୍ପର ଗୁଳି ବିନିମୟରେ ୩ଜଣ ଆତଙ୍କୀଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ଆତଙ୍କୀମାନେ କିଛି ସାଧାରଣ ଲୋକଙ୍କ ମୁଣ୍ଡ ଜାମିନ ରଖିଥିଲେ। ହେଲେ ଏଥିରେ ତାଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।

ପ୍ଲାଷ୍ଟିକ ଛାଡ଼ନ୍ତୁ – ମାର୍କେଟକୁ ଆସୁଛି ବାଉଁଶ ବୋତଲ

ବାହାରିଲା ପ୍ଲାଷ୍ଟିକ ବୋତଲର ବିକଳ୍ପ। ଏଣିକି ପ୍ଲାଷ୍ଟିକ ବୋତଲ ବଦଳରେ ବାଉଁଶ ବୋତଲରେ ପିଇ ପାରିବେ ପାଣି। ଅକ୍ଟୋବର ୧ରେ ବଜାରକୁ ଆସିବ ବାଉଁଶ ବୋତଲ। ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରାଳୟ ଅଧିନରେ କାର୍ଯ୍ୟକରୁଥିବା ଖଦୀ ଗ୍ରାମଉଦ୍ୟୋଗ ଏହି ବାଉଁଶ ବୋତଲର ନିର୍ମାଣ କରିଛି। ଏହି ବୋତଲର ଜଳ ଧାରଣ କ୍ଷମତା ପ୍ରାୟ ୭୫୦ ମିଲି ଲିଟର ରହିଛି। ଏହାର ଦାମ୍‌ ୩୦୦ ଟଙ୍କାରୁ ଆରମ୍ଭ।

କାହିଁକି ଅବିବାହିତ ରହିଲେ ଲତା?

ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର କେବେ ବି ନିଜ ଭାଇ ଭଉଣୀମାନଙ୍କୁ ବାପା, ମାଆ ନଥିବାର କଷ୍ଟ କ’ଣ ଜାଣିବାକୁ ଦେଇନଥିଲେ। ସେ ଭାଇ ଭଉଣୀମାନଙ୍କୁ ମଣିଷ କରିବା ଲାଗି ପିଲାଟି ଦିନରୁ କାମ କରିଥିଲେ। ତେବେ କାମ ଭିତରେ ଯେ, ଲତା ପ୍ରେମରେ ପଡ଼ିନଥିଲେ। ସେମିତି କୁହାଯାଇପାରିବ ନାହିଁ।

କଂଗ୍ରେସର ଦିଲ୍ଲୀପଙ୍କୁ ଟକ୍କର ଦେବେ ବିଜେଡିର ରୀତା – ବିଜେପୁରରେ ବିଜେପି ପ୍ରାର୍ଥୀ କିଏ?

ବିଜେପୁରରେ ଜମିଲାଣି ନିର୍ବାଚନୀ ମାହୋଲ। କଂଗ୍ରେସ ପରେ ବିଜେଡି କରିଛି ପ୍ରାର୍ଥୀ ଘୋଷଣା। କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ରୀତା ସାହୁଙ୍କୁ ପୁଣି ରିପିଟ୍‌ କରିଛି। କଂଗ୍ରେସର ଦିଲ୍ଲୀପଙ୍କୁ ଟକ୍କର ଦେବେ ରୀତା। ହେଲେ ବିଜେପିର କିଏ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ହୋଇନାହିଁ।

Comment