ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ପ୍ଲେ ବ୍ୟାକ୍‌ ସିଙ୍ଗର ଶାନ୍‌ କେବଳ ହିନ୍ଦୀ ନୁହେଁ, ବଙ୍ଗଳୀ, ମରାଠୀ, ତେଲୁଗୁ, କନ୍ନଡ ଓ ଓଡ଼ିଆ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି। ଗତ କିଛି ବର୍ଷ ହେବ ସେ ବଲିଉଡ ପାଇଁ ଗୀତ ଗାଇବା କମ୍‌ କରି ଦେଇଥିଲେ ମଧ୍ୟ ଆଜିବି ବଲିଉଡର ଜଣାଶୁଣା ଗାୟକମାନଙ୍କ ତାଲିକାରେ ତାଙ୍କ ନାଁ ରହିଛି।

ଶାନ୍‌ ନାମରେ ପରିଚିତ ଏହି ସିଙ୍ଗର୍‌ଙ୍କ ନାଁ ହେଲା ଶାନ୍ତନୁ ମୁଖାର୍ଜୀ। ତାଙ୍କ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ସଙ୍ଗୀତ ଦୁନିଆରେ ଜଡ଼ିତ ଅଛନ୍ତି। ରୋମଣ୍ଟିକ ଗୀତ ଗାଇବାରେ ଶାନ୍‌ ଧୁରନ୍ଦର।

‘ଫନା’ ଫିଲ୍ମର ‘ଚାନ୍ଦ ସିଫାରିଶ୍‌’, ‘ତୁମସା ନେହି ଦେଖା’ ଫିଲ୍ମର ‘ମୁଝେ ତୁମସେ ମହବତ୍ ହୈ’, ‘ପ୍ରେମ୍‌ ରତନ ଧନ ପାଇଓ’ର  ‘ଆଜ୍‌ ଉନସେ ମିଲନା ହୈ ହମେ’, ‘ସାବରିଆଁ’ ଫିଲ୍ମର ‘ଜବ୍‌ ସେ ତେରୀ ନୈନା’, ‘୩ ଇଡିଅଟ’ର ‘ଅଲ୍‌ ଇଜ୍‌ ଓ୍ୱେଲ’,  ଭଳି ସୁପରହିଟ ଗୀତ ଗାଇଛନ୍ତି ଶାନ୍‌।

ଶାନ୍‌ଙ୍କ ବାପା ମାନସ୍‌ ମୁଖାର୍ଜୀ ଜଣେ ସଙ୍ଗୀତ ନିର୍ଦ୍ଦେଶକ ଥିଲେ। ଶାନ୍‌ ଯେତେବେଳେ ୧୩ ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ବାପାଙ୍କ ମୃତ୍ୟ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ତାଙ୍କ ମା’ ଗୀତ ଗାଇ ପରିବାର ଚଳାଉଥିଲେ। ଶାନ୍‌ ତାଙ୍କର କ୍ୟାରିୟର ୧୭ ବର୍ଷ ବୟସରେ ଆରମ୍ଭ କରିଥିଲେ। ବଲିଉଡରେ ଅନେକ ସୁପରହିଟ୍‌ ଗୀତ ଗାଇବା ସହିତ ବିଭିନ୍ନ ସଙ୍ଗୀତଭିତ୍ତିକ ରିଆଲିଟି ସୋ’ରେ ଜଜ୍‌ ଭାବେ ନଜର ଆସିଛନ୍ତି।

Comment