ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଅସତ୍ୟ ଉପରେ ସତ୍ୟର ଜୟ, ଅଧର୍ମ ଉପରେ ଧର୍ମର ଜୟ, ପାପ ଉପରେ ପୂଣ୍ୟର ଜୟ। ବିଜୟା ଦଶମୀ ଅବସରରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେହିପରି ରାୟଗଡ଼ା ସହରସ୍ଥିତ ବ୍ରାହ୍ମଣ ସାହିରେ ଶାରଦୀୟ ଦୁର୍ଗା ପୂଜା କମିଟି ପକ୍ଷରୁ ରାବଣପୋଡ଼ି କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା, ଅନୁସୂଚିତ ଜାତି ଓ ଜନଜାତି ବିକାଶ ଏବଂ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଏସପି ସାର୍ବଣ ବିବେକ ଏମ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଥିଲେ। ପରେ ୫୫ଫୁଟ ଉଚ୍ଚତାରେ ନିର୍ମିତ ରାବଣ ପ୍ରତିମୂର୍ତ୍ତିକୁ ପୋଡ଼ା ଯାଇଥିଲା। ବିଭିନ୍ନ ଆତସବାଜିରେ କମ୍ପି ଉଠିଲା ପରିବେଶ।

ରାବଣ ପୋଡ଼ି ଦେଖିବାକୁ ୫ହଜାରରୁ ଅଧିକ ଦର୍ଶକ ଜନସମାଗମ ହୋଇଥିବା ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଥିଲା। ସେହିପରି ଜରୁରୀକାଳୀନ ସ୍ଥିତି ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ଟିମ୍‌ ସଜାଗ ରହିଥିଲେ।

Comment