ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆର୍ମି ପରୀକ୍ଷା ଦେବାକୁ ଆସିଥିବା ଓଡ଼ିଆ ପିଲାଙ୍କ ପାଇଁ ୨ଟି ସ୍ୱତନ୍ତ୍ର ଟ୍ରେନର ଘୋଷଣା କରିଛି ପୂର୍ବତଟ ରେଳପଥ।

ଗୋଟିଏ ଟ୍ରେନ ଭୁବନେଶ୍ୱରରୁ କୋରାପୁଟ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନଟି ବୁଧବାର ରାତି ୮ଟାରେ ଭୁବନେଶ୍ୱର ରେଳଷ୍ଟେସନରୁ ବାହାରି ବ୍ରହ୍ମପୁର, ବିଜୟନଗରମ, ରାୟଗଡ଼ା ଦେଇ କୋରାପୁଟରେ ପହଞ୍ଚିବ।

ସେହିପରି ଆଉ ଗୋଟିଏ ଟ୍ରେନ ଆଜି ରାତି ୧୧ଟାରେ ପୁରୀରୁ ବାହାରି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ। ଟ୍ରେନଟି ଭୁବନେଶ୍ୱର, ଢ଼େଙ୍କାନାଳ ଦେଇ ସମ୍ବଲପୁରକୁ ଯିବ।

ଏହାସହ ଖୋର୍ଦ୍ଧାରୋଡ୍- ଖଡ଼ଗପୁର ପାସେଞ୍ଜର ଟ୍ରେନ ଆଜି ସନ୍ଧ୍ୟା ୭ଟା ୩୦ରେ ଖୋର୍ଦ୍ଧାରୁ ଛାଡ଼ିବ ବୋଲି ପୂର୍ବତଟ ରେଳପଥ ସୂଚନା ଦେଇଛି। ଏହି ତିନୋଟି ଟ୍ରେନରେ କେବଳ ଜେନେରାଲ ବଗି ରହିବ ବୋଲି ସୂଚନା ମିଳିଛି।

ଗତ ତିନି ଦିନ ତଳେ ଓଡ଼ିଶା ତଥା ରାଜ୍ୟ ବାହାରୁ ହଜାର ହଜାର ପରୀକ୍ଷାର୍ଥୀ ସେନାରେ ଭର୍ତ୍ତି ଇଣ୍ଟରଭ୍ୟୁ ଦେବାକୁ ଭୁବନେଶ୍ୱର ଆସିଥିଲେ। ପରୀକ୍ଷାର୍ଥୀଙ୍କ ପାଇଁ ଟ୍ରେନରେ ଅତ୍ୟଧିକ ଭିଡ଼ ହେଉଥିବାରୁ ପୂର୍ବତଟ ରେଳପଥ ଏହି ନିଷ୍ପତ୍ତି ନେଇଛି।

Comment