ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧଙ୍କର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଟଣାଟଣି ଆରମ୍ଭ ହୋଇଛି। ରାଜ୍ୟର ନର୍ଥ ୨୪ ପ୍ରଗଣା ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟପାଳଙ୍କ ଏକ ବୈଠକରେ ଯୋଗ ଦେବା ପାଇଁ ସେଠାକାର ଅଫିସରମାନେ ମନା କରିଦେଇଥିଲେ। ଏହା ପରେ ଉଭୟଙ୍କ ଭିତରେ ବିବାଦ ଘନୀଭୂତ ହୋଇଛି।

ରାଜ୍ୟପାଳ କହିଛନ୍ତି ଯେ ମମତା ସରକାରଙ୍କ ଦ୍ୱାରା ଅଫିସରଙ୍କ ଉପରେ କଟକଣା ଜାରି କରାଯାଇଛି। ଅଫିସରମାନେ ମୋ ବୈଠକରେ ଯୋଗ ଦେବାକୁ ମନା କରିବା ଅସାମ୍ବିଧାନିକ ଓ ରାଜ୍ୟପାଳଙ୍କ ପଦବୀ ସରକାରଙ୍କ ତଳେ ଆଦୌ ନୁହେଁ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି।

ଚାରିଦିନ ପୂର୍ବରୁ ରାଜ୍ୟପାଳଙ୍କ ଗସ୍ତ ସମ୍ପର୍କରେ ଜିଲ୍ଲାର ଅଧିକାରୀମାନଙ୍କୁ ସୂଚିତ କରାଯାଇଥିଲା ଅଥଚ ଅଧିକାରୀମାନେ  ଯୋଗ ଦେବା ନେଇ ଅସମର୍ଥ ପ୍ରକାଶ କରିଥିଲେ। ରାଜ୍ୟପାଳ କହିଛନ୍ତି ଯେ ଅଧିକାରୀ ମାନଙ୍କ ଅସହଯୋଗ ସତ୍ତ୍ୱେ ସେ ତାଙ୍କ ପୂର୍ବ ନିର୍ଦ୍ଧାରିତ ଗସ୍ତ କାର୍ଯ୍ୟକ୍ରମ ଚାଲୁ ରଖିବେ।  ଏହି ମାମଲାରେ ବିଜେପି ଜାତୀୟ ସମ୍ପାଦକ କୈଳାସ ବିଜୟବର୍ଗୀୟ ମମତା ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରିବା ସହ ଏହାକୁ ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି।

Comment