ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଣ ଫୁଟାଇବାକୁ ତ ସମସ୍ତେଙ୍କୁ ଭଲ ଲାଗେ। କିନ୍ତୁ ବାଣ କେଉଁ ହାନିକାରକ ରସାୟନରେ ତିଆରି କରାଯାଉଛି ଏବଂ ଏହା ସ୍ୱାସ୍ଥ୍ୟ ଉପରେ କିପରି କୁପ୍ରଭାବ ପକାଉଛି ତାହା ଜାଣନ୍ତୁ।

– ବାଣରେ ଗନ୍‌ ପାଉଡର୍‌ ବ୍ୟବହାର କରାଯାଏ। ତେଣୁକରି ବାଣ ଫୁଟାଇଲେ ବାୟୁରେ ସଲ୍‌ଫର୍‌ ଡାଇଅକ୍ସାଇଡ୍ ବ୍ୟାପି ବାୟୁ ପ୍ରଦୂଷିତ ହୁଏ। ଏହି ପ୍ରଦୂଷିତ ବାୟୁ ଶ୍ୱାସ ରୋଗୀଙ୍କ ପାଇଁ ବିଷାକ୍ତ ହୋଇଯାଏ। ନିଶ୍ୱାସ ନେବାରେ ଅସୁବିଧା ହୁଏ।

– ବାଣରେ ଅଧିକ ଆଲୁଅ ହେବା ପାଇଁ ପୋଟାସିୟମ୍ କ୍ଲୋରେଟ୍ ମିଶାଇ ତିଆରି କରାଯାଏ। ଏହି ଗ୍ୟାସ୍ ଲଙ୍ଗ୍‌ କ୍ୟାନ୍ସର୍‌ର କାରଣ ହୋଇଥାଏ।

– ବାଣରୁ ବାହାରୁଥିବା ଘାତକ ରସାୟନ ଆଖି ପାଇଁ ହାନିକାରକ। ଏହି ରସାୟନର ଛୋଟ ଛୋଟ ଅଣୁ ଆଖିରେ ପଡ଼ିଲେ ଜଳେ, ଆଖିରୁ ପାଣି ବାହାରେ। କୁଣ୍ଡେଇ ହୁଏ। ତେଣୁ ମଝି ମଝିରେ ଆଖିରେ ପାଣି ଛାଟି ସଫା କରନ୍ତୁ।

– ବାଣ ଦ୍ୱାରା ଶବ୍ଦ ପ୍ରଦୂଷଣ ବି ହୁଏ। ଏହା କାନର ଶୁକ୍ଷ୍ମ ପତଳା ପରଦାକୁ ପ୍ରଭାବିତ କରେ। ବେଳେ ବେଳେ ଏହା ଶ୍ରବଣ ଶକ୍ତି ହରାଇବା କାରଣ ବି ହୋଇଥାଏ। ଏଥିପାଇଁ କାନରେ ତୁଳା ଲଗାଇ ବାଣ ଫୁଟାନ୍ତୁ।

– ଗର୍ଭବତୀ ମହିଳାମାନେ ବାଣ ଫୁଟିବା ସମୟରେ ଘରୁ ବାହାରିବା ଉଚିତ ନୁହେଁ। ବାଣରୁ ନିର୍ଗତ କାର୍ବନ୍ ଡାଇଅକ୍ସାଇଡ୍ ଗର୍ଭବତୀ ମହିଳା ଏବଂ ଭୃଣରେ ଥିବା ଶିଶୁ ପାଇଁ ଘାତକ ହୋଇପାରେ।

Comment