ଓଡ଼ିଶାଲାଇଭ ବ୍ୟୁରୋ

ଖୋର୍ଦ୍ଧା ପୋଲିସକୁ ବଡ଼ ସଫଳତା। ଧରାପଡ଼ିଲା ଦୁର୍ଦ୍ଦାନ୍ତ ପଥର ମାଫିଆ ମହମ୍ମଦ ତବରେଜ। ଥାଇଲାଣ୍ଡ ଖସିବାକୁ ଉଦ୍ୟମ କରୁଥିବା ବେଳେ କୋଲକତା ବିମାନ ବନ୍ଦରରୁ ତାକୁ ଗିରଫ କରାଯାଇଛି।

ପଥର ଖଣି ମାଫିଆ ମହମ୍ମଦ ତବରେଜକୁ ମୋଷ୍ଟ ଓ୍ଵାଣ୍ଟେଡ ତାଲିକାରେ ରଖିଥିଲା କ୍ରାଇମବ୍ରାଞ୍ଚ। ସେ ମଙ୍ଗଳବାର ଥାଇଲାଣ୍ଡ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ କୋଲକତା ବିମାନ ବନ୍ଦରରୁ ତାକୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ।

ମହମ୍ମଦ ତବରେଜ କ୍ରାଇମବ୍ରାଞ୍ଚ ସ୍ପେସାଲ ଟାସ୍କ ଫୋର୍ସର ମୋଷ୍ଟ ଓ୍ଵାଣ୍ଟେଡ ତାଲିକାରେ ରହିଥିଲା। ଗତକିଛି ଦିନ ହେବ ସେ ଫେରାର ହୋଇଯାଇଥିଲା। ତାକୁ ଧରିବାକୁ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରାଯାଇଥିଲା। ବର୍ତ୍ତମାନ ଏସଟିଏଫ୍‌ ତବରେଜକୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଭୁବନେଶ୍ଵର ଆଣିଛି।

Comment