ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଣି ଗାରେଡ଼ି ସନ୍ଦେହରେ ପୁଣି ହତ୍ୟାକାଣ୍ଡ। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ ପାପଡ଼ାହାଣ୍ଡିରେ। ଏହି ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ଜଣେ ମହିଳା। ମୃତ ମହିଳା ଜଣକ ହେଲେ ଗୁଜୁମାପଦର ଗାଁର ତୁଳାବତୀ ସାନ୍ତା।

ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି ସେହି ଗାଁର ଦୁଇ ଭାଇ ଦାନୁ ସାନ୍ତା ଓ ରାଧା ସାନ୍ତା। ଏହି ଘଟଣା ପରେ ଉଭୟଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ହେଲେ ଦାନୁ ସାନ୍ତା ଏବେ ଫେରାର ହୋଇଯାଇଛି। ପୋଲିସ ରାଧାକୁ ଅଟକ ରଖି ପଚରାଉଚରା କରୁଛି।

ଗୁଜୁମାପଦର ଗାଁର ତୁଳାବତୀ ଗୁଣି ଗାରେଡ଼ି କରୁଥିବା ନେଇ ଦାନୁ ଓ ରାଧା ସନ୍ଦେହ କରିଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ଭାଇ ତୁଳାବତୀଙ୍କୁ ଘରୁ ଟାଣିଆଣି ଠେଙ୍ଗାରେ ପିଟିଥିଲେ। ଫଳରେ ତୁଳାବତୀ ଘଟଣାସ୍ଥ,ରେ ପ୍ରାଣ ହାରିଥିଲେ।

Comment