ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏନ୍‌ଆରଟିଏସ୍‌ ପାଇଁ ନଭେମ୍ଵର ୧ରୁ ଓ୍ଵେବସାଇଟରେ ମିଳିବ ଆଡମିଟ କାର୍ଡ। ନିଜ ସ୍କୁଲରୁ ଛାତ୍ରଛାତ୍ରୀ ପାଇ ପାରିବେ ଆଡମିଟ କାର୍ଡ।

ନାସନାଲ ରୁରାଲ ଟ୍ୟାଲେଣ୍ଟ ସର୍ଚ୍ଚ(ଏନ୍‌ଆରଟିଏସ୍‌) ପରୀକ୍ଷା ପାଇଁ ୧ ନଭେମ୍ଵର ୨୦୧୯ଠାରୁ ମିଳିବ ଆଡମିଟ କାର୍ଡ। ବିଭିନ୍ନ ସ୍କୁଲର କର୍ତ୍ତୃପକ୍ଷ ଓ୍ଵେବସାଇଟ www.bseodisha.ac.in କୁ ଯାଇ ସ୍କୁଲ କୋଡ୍‌ ଓ ପାସଓ୍ଵାର୍ଡ ଦେଇ ଛାତ୍ରଛାତ୍ରୀଙ୍କ ଆଡମିଟ କାର୍ଡ ଡାଉନଲୋଡ କରି ପାରିବେ।

ଆବେଦନ କରିଥିବା ଛାତ୍ରଛାତ୍ରୀ ନିଜ ସ୍କୁଲକୁ ଯାଇ ଆଡମିଟ କାର୍ଡ ଆଣିବେ। ଏହି ଏନ୍‌ଆରଟିଏସ୍‌ ପରୀକ୍ଷା ୧୬ ନଭେମ୍ଵର ୨୦୧୯ରେ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ହେବ।

ଏନ୍‌ଆରଟିଏସ୍‌ ପରୀକ୍ଷା ରାଜ୍ୟର ୧୬୯ଟି କେନ୍ଦ୍ରରେ ଅନୁଷ୍ଠିତ ହେଉଛି। ଏଥିପାଇଁ ୩ ହଜାର ୯୪୬ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।

Comment