ଓଡ଼ିଶାଲାଇଭ୍‌ ବ୍ୟୁରୋ

ଐତିହାସିକ ଅଯୋଧ୍ୟା ରାୟ ଶୁଣାଣି ପରେ ୫ ଷ୍ଟାର ହୋଟେଲରେ ୪ ବିଚାରପତିଙ୍କୁ ରାତ୍ରୀଭୋଜନ ଦେଲେ ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ। ରାୟ ଶୁଣାଣି ପାଇଁ ଗଠିତ ସମ୍ଵିଧାନ ଖଣ୍ଡପୀଠରେ ଏହି ବିଚାରପତିମାନେ ସାମିଲ ଥିଲେ।

ଜଷ୍ଟିସ୍‌ ଏସ୍‌ଏ ବୋବଡେ, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ୍‌ ଡିଓ୍ଵାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ଏସ୍‌ଏ ନଜିର ଏହି ଖଣ୍ଡପୀଠରେ ରଞ୍ଜନ ଗୋଗୋଇଙ୍କୁ ସହଯୋଗ କରିଥିଲେ। ଶନିବାର ତାଜ୍‌ ମାନସିଂ ହୋଟେଲରେ ଜଷ୍ଟିସ୍‌ ଗୋଗୋଇଙ୍କ ସହ ଏହି ୪ଜଣ ବିଚାରପତି ରାତ୍ରଭୋଜନ କରିଥିଲେ।

ଚଳିତ ବର୍ଷ ଅଗଷ୍ଟ ୬ ତାରିଖରୁ ଅଯୋଧ୍ୟା ରାୟକୁ ନେଇ ଶୁଣାଣି ଆରମ୍ଭ ହୋଇଥିଲା। ସେବେଠାରୁ କାମ ଚାପରେ ବିଚାରପତିମାନେ ରହିଥିବାରୁ ସାମାନ୍ୟ ବିରତୀ ଦେବା ଉଦ୍ଦେଶ୍ୟରେ ଜଷ୍ଟିସ୍‌ ଗୋଗୋଇ ଏପରି ଯୋଜନା କରିଥିଲେ।

Comment