ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଯୋଧ୍ୟା ରାୟ ବିରୋଧରେ ଦାଖଲ ହୋଇଥିବା ରିଭ୍ୟୁ ପିଟିସନ୍‌ ଖାରଜ ହୋଇଛି। ଦାଖଲ ହୋଇଥିବା ୧୮ଟି ପିଟିସନ୍‌କୁ ଖାରଜ କରିଛନ୍ତି ସୁପ୍ରିମ୍‌କୋର୍ଟ। ମୁଖ୍ୟ ବିଚାରପତିଙ୍କ ୫ ଜଣିଆ ଖଣ୍ଡପୀଠ ଆଜି ଏହାର ଶୁଣାଣି କରିବା ବେଳେ ଏହାକୁ ଖାରଜ କରିଛନ୍ତି।

ପ୍ରଧାନ ବିଚାରପତି ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଜଷ୍ଟିସ ଧନଞ୍ଜୟ ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଅବଦୁଲ ନଜିର ଓ ଜଷ୍ଟିସ ସଂଜୀବ ଖନ୍ନା ଏହାର ଶୁଣାଣି କରିଥିଲେ।

ଅଯୋଧ୍ୟା ରାୟ ଉପରେ ରିଭ୍ୟୁ ପିଟିସନ ଡିସେମ୍ଵର ୯ ତାରିଖରେ ମୁସଲିମ୍‌ ସଂଗଠନ ଜମାତ୍‌ ଉଲେମା-ଇ-ହିନ୍ଦ୍‌ ତରଫରୁ କରାଯାଇଥିଲା। ଏହି ଅଭିଯୋଗ ସହ ମୋଟ୍‌ ୧୮ଟି ପିଟିସନ୍‌ ଦାଖଲ କରାଯାଇଥିଲା।

ଗତ ନଭେମ୍ଵର ୯ ତାରିଖରେ ସୁପ୍ରିମ୍‌କୋର୍ଟଙ୍କ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ରାମ ଜନ୍ମ ଭୂମି-ବାବ୍ରି ମସଜିଦ ଉପରେ ରାୟ ଶୁଣାଇଥିଲେ। ଏଥିରେ ବିବାଦୀୟ ଜମିରେ ମନ୍ଦିର ନିର୍ମାଣ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଅଯୋଧ୍ୟା ମଧ୍ୟରେ ମସଜିଦ୍‌ ନିର୍ମାଣ ପାଇଁ ମୁସଲିମ ପକ୍ଷଙ୍କୁ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Comment