ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ପାଇଁ କୋଲକାତା ଯିବେ ନବରଙ୍ଗପୁର ଜିଲ୍ଲାର ୫ ଖୋ-ଖୋ ଖେଳାଳି।

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ୫ ଖୋ-ଖୋ ଖେଳାଳି ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଖୋ-ଖୋ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଏହି ୫ ଖେଳାଳି ହେଉଛନ୍ତି ନବରଙ୍ଗପୁର ମହିଳା ମହାବିଦ୍ୟାଳୟର ଛାତ୍ରୀ। ଆସନ୍ତା ନଭେମ୍ବର ୧୦ରେ ଏହି ଖେଳାଳିମାନେ କୋଲକାତା ଯିବେ।

ଏମାନେ ହେଲେ ଚଞ୍ଚଳା ଯାନୀ, ସୁଭଦ୍ରା ଭତ୍ରା, ସୁନୀ ହରିଜନ, ଅନିଫା ହିଆଲ ଏବଂ ପିପିଲା ମାଝି। ଏହି ୫ଜଣ ଖୋ-ଖୋ ଖେଳାଳି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦଳରେ ସ୍ଥାନ ପାଇ କୋଲକାତା କଲ୍ୟାଣି ବିଶ୍ୱ ବିଦ୍ୟାଳୟରେ ହେବାକୁ ଥିବା ପୂର୍ବାଞ୍ଚଳ ଇଣ୍ଟର-ୟୁନିଭରସିଟି ଖୋ-ଖୋ ପ୍ରତିଯୋଗିତାରେ ଭାଗ ନେବେ।

ନବରଙ୍ଗପୁର ଜିଲ୍ଲାର ଗ୍ରାମାଞ୍ଚଳରେ ରହୁଥିବା ଏହି ଖେଳାଳିମାନେ ଟୁର୍ଣ୍ଣାମେଣ୍ଟ ପାଇଁ ମନୋନୀତ ହୋଇ ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି। ଏହି ଅବସରରେ ସେମାନଙ୍କୁ ନବରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ମଲେଶ୍ୱରୀ ସାହୁ, କ୍ରୀଡ଼ା ପ୍ରଶିକ୍ଷକ ଶିବ ପଟ୍ଟନାୟକ ତଥା ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

Comment