ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏନ୍‌ସିପିକୁ ମଙ୍ଗଳବାର ସକାଳ ସାଢ଼େ ୮ଟା ଯାଏଁ ମହଲତ ଦେଲେ ରାଜ୍ୟପାଳ।

ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସ୍ୟାରିଙ୍କୁ ଭେଟିଲେ ଏନ୍‌ସିପି ନେତା ଅଜିତ ପାୱାର ଏବଂ ଧନଞ୍ଜୟ ମୁଣ୍ଡେଙ୍କ ସମେତ ଅନ୍ୟ ବିଧାୟକମାନେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଲେ। ରାଜ୍ୟପାଳ ଏନ୍‌ସିପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କଲେ।

ହେଲେ ଏନ୍‌ସିପି କଂଗ୍ରେସ ସହ ଆଲୋଚନା କରି ନିଷ୍ପତ୍ତି ଜଣାଇବ ବୋଲି ରାଜ୍ୟପାଳଙ୍କୁ କହିଛି। ନିଷ୍ପତ୍ତି ଜଣାଇବା ପାଇଁ ରାଜ୍ୟପାଳ ମଙ୍ଗଳବାର ସକାଳ ସାଢ଼େ ୮ଟା ଡେଡ୍‌ଲାଇନ୍‌ ଦେଇଛନ୍ତି।

ଏନ୍‌ସିପି ହେଉଛି ମହାରାଷ୍ଟ୍ରରେ ତୃତୀୟ ବଡ଼ ଦଳ। ଏହି ଦଳ ଚଳିତ ନିର୍ବାଚନରେ ୫୪ଟି ଆସନ ପାଇଛି। ବଡ଼ ଦଳ ଭାବେ ବିଜେପି ୧୦୫ ଆସନ ଏବଂ ଦ୍ୱିତୀୟ ବଡ଼ ଦଳ ଭାବେ ଶିବସେନା ୫୬ ଆସନ ପାଇଛି।

ପ୍ରଥମେ ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ଡାକିଥିଲେ। କିନ୍ତୁ ବିଜେପି ଏଥିରୁ ଓହରି ଯାଇଥିଲା। ଶିବସେନାକୁ ରାଜ୍ୟପାଳ ଡାକିଥିଲେ ଏବଂ ସୋମବାର ସନ୍ଧ୍ୟା ସାଢ଼େ ୭ଟା ଡେଡ୍‌ଲାଇନ୍‌ ଦେଇଥିଲେ। ଶିବସେନା ଏନେଇ ଏନ୍‌ସିପି ଓ କଂଗ୍ରେସ ସହ ଆଲୋଚନା କରିଥିଲା।

ଏନ୍‌ସିପି ସମର୍ଥନ ଦେବାକୁ ରାଜି ହୋଇଥିଲା କଂଗ୍ରେସ କୌଣସି ନିଷ୍ପତ୍ତି ଜଣାଇ ନଥିଲା। ଏନ୍‌ସିପି ନେତା ଶରଦ ପାୱାରଙ୍କ ସହ ଆଉ ଥରେ ଆଲୋଚନା କରି ନିଷ୍ପତ୍ତି ଜଣାଇବ ବୋଲି କଂଗ୍ରେସ କହିଲା।

ଡେଡ୍‌ଲାଇନ୍‌ ପୂର୍ବରୁ ଶିବସେନା ନେତା ଆଦିତ୍ୟ ଠାକ୍‌ରେ ଏବଂ ଏକଥା ସିନ୍ଦେ ରାଜ୍ୟପାଳଙ୍କୁ ଭେଟି ୩ ଦିନ ସମୟ ମାଗିଥିଲେ। ରାଜ୍ୟପାଳ ଏହାକୁ ଖାରଜ କରି ଏନ୍‌ସିପି ଡାକିଥିଲେ।

Comment