ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ନୂଆ ନିୟମ। ଏଣିକି ଗାଁମାନଙ୍କରେ ଲୋକେ ଆଉ ମନ ଇଚ୍ଛା ଘର କରିପାରିବେ ନାହିଁ। ସହର ଭଳି ଗାଁରେ ବି ଘର କଲେ ସରକାରଙ୍କ ଅନମତି ନେବାକୁ ପଡ଼ିବ। ସରକାରଙ୍କ ନିୟମ ଅନୁସାରେ ଘର ନିର୍ମାଣ କରିବାକୁ ପଡ଼ିବ। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।

ଘର କରିବା ପାଇଁ ଲୋକଙ୍କୁ ପଞ୍ଚାୟତ ସମିତି ମାଧ୍ୟମରେ ଅନୁମତି ନେବାକୁ ପଡ଼ିବ। ଉପଯୁକ୍ତ ପ୍ଲାନିଂ ସହ ଘର ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ୫ଶହ ବର୍ଗମିଟରୁ ଅଧିକ ବା ୨ ମହଲା ଘର କରିବାକୁ ହେଲେ ମଧ୍ୟ ଅନୁମତି ନେବାକୁ ପଡ଼ିବ। ଆପ୍ରୁଭାଲ ପାଇଁ  ଜିଲ୍ଲା ପ୍ଲାନିଂ ୟୁନିଟକୁ ପଠାଇବ ପଞ୍ଚାୟତ ସମିତି।

Comment