ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଡ଼ି ଚାଳକମାନଙ୍କ ପାଇଁ ଜରୁରୀ ସୂଚନା। ଡିସେମ୍ବର୧ ତାରିଖ ପୂର୍ବରୁ ନିଜ ଗାଡ଼ି କାଗଜପତ୍ରକୁ ଯାଞ୍ଚ କରାଇ ନିଅନ୍ତୁ। ଏହାସହ ହେଲମେଟ୍ ପିନ୍ଧି ଟ୍ରାଫିକ୍ ନିୟମ ଅନୁସାରେ ଗାଡ଼ି ଚଲାନ୍ତୁ। ନଚେତ୍ ଆପଣଙ୍କୁ ପୁଣି ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା।

ତିନି ମାସର କୋହଳ ପରେ ଡିସେମ୍ବର ୧ରୁ  ପୁଣି କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ। ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଯଦି ଡିସେମ୍ବର ୧ ତାରିଖ ପରେ କୌଣସି ଗାଡ଼ି ଚାଳକ ପାଖରେ ନୂଆ ମୋଟର ଯାନ ଆଇନ୍ ଅନୁସାରେ ଆବଶ୍ୟକୀୟ କାଗଜପତ୍ର ନଥିବ ତେବେ ତାଙ୍କଠାରୁ ମୋଟା ଅଙ୍କର ଫାଇନ୍ କଟାଯିବ।

ନୂଆ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ଫାଇନ୍ ଆଦାୟକୁ ନେଇ ଲୋକଙ୍କ ପାଖରେ ଅସନ୍ତୋଷ ଦେଖାଦେଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାପରେ ଫାଇନ୍ ଆଦାୟ ଉପରେ ୩ ମାସର କୋହଳ କରିଥିଲେ। ଡିସେମ୍ବର ୧ ତାରିଖରୁ ମୁଖ୍ୟମନ୍ତ୍ରୀ ଦେଇଥିବା ଏହି କୋହଳ ସମୟ ଶେଷ ହୋଇଯିବ। ଏହାପରେ ପୁଣି ପୂର୍ବଭଳି ଫାଇନ୍ ଆଦାୟ ହେବ ବୋଲି ସୂଚନା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

Comment