ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୨୭ରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ। ବଲାଙ୍ଗିରସ୍ଥିତ ରାଜେନ୍ଦ୍ର କଲେଜର ପ୍ଲାଟିନମ୍‌ ଜୁବୁଲିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଭେଙ୍କିଆ ନାଇଡୁ। ଏନେଇ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ ସୂଚନା ଦେଇଛନ୍ତି।

ଡିସେମ୍ବର ୨୭ରେ ରାଜେନ୍ଦ୍ର କଲେଜ ନିଜର ୭୫ ବର୍ଷ ପୂରଣ କରିବ। ଏଥିପାଇଁ ପ୍ଲାଟିନମ୍‌ ଜୁବୁଲି ପାଳନ କରାଯିବ।

ଏହି ଗସ୍ତ ସମୟରେ ଶ୍ରୀ ନାଇଡୁ ବଲାଙ୍ଗିରସ୍ଥିତ ବରକଣି ଗାଁରେ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟର ଶୁଭାରମ୍ଭ କରିବେ।

Comment