ରାଜ୍ୟର ପ୍ରତି ଜିଲ୍ଲାରେ ସାଇନ୍ସ ପାର୍କ କରାଯିବ। ପ୍ରଥମେ ରାଜ୍ୟର ୧୦ ଟି ଜିଲ୍ଲାରେ ସାଇନ୍ସ ପାର୍କ ପାଇଁ ପଦକ୍ଷେପ ନିଆଯାଇଛି। ବାକି ୨୦ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ସାଇନ୍ସ ପାର୍କ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

ଶନିବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

‘‘ପାର୍କ ପାଇଁ ୩୦ ମାସ ସମୟ ଲାଗୁଛି। ପାର୍କ ପାଇଁ ୫ ଏକର ଜାଗା ସହ ସାଢ଼େ ୬ କୋଟି ଅର୍ଥ ବ୍ୟୟ ବରାଦ କରାଯାଇଛି’’, କହିଛନ୍ତି ଅଶୋକ ପଣ୍ଡା।

Comment