ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ମୋଟ ୫୯୫୦ ଜଣ ଭିକାରୀ ରହିଛନ୍ତି। ସେ ଭିତରୁ କେବଳ କଟକରେ ୧୦୬୦ଜଣ ଭିକାରୀ ରହିଛନ୍ତି। ଯାହାକି ସମସ୍ତ ଜିଲ୍ଲାମାନଙ୍କ ମଧ୍ୟରେ ସର୍ବାଧିକ। ଏନେଇ ଶନିବାର ବିଧାନସଭାରେ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା।

ମନ୍ତ୍ରୀ ଦେଇଥିବା ଉତ୍ତର ଅନୁସାରେ ରାଜ୍ୟରେ ଏବେ ୫ ହଜାର ୯୫୦ ଜଣ ଭିକାରୀ ରହିଛନ୍ତି। କେବଳ କଟକରେ ୧୦୬୦ ଜଣ ଭିକାରୀ ରହିଛନ୍ତି। ଏହାପରେ ଦ୍ୱିତୀୟରେ ଗଞ୍ଜାମରେ ୫୪୫ଜଣ ଓ ସୁନ୍ଦରଗଡ଼ରେ ୪୨୩ଜଣ ଭିକାରୀ ରହିଛନ୍ତି।

ସେହିପରି ପୁରୀରେ ୩୬୬ଜଣ ଓ ଖୋର୍ଦ୍ଧାରେ ୧୯୭ ଜଣ ଭିକାରୀ ରହିଛନ୍ତି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି।

Comment