ନୀଳାମ୍ବର ରଥ

ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାର କୌଣସି ସ୍ଥାନରେ ଜମି ଖୋଜୁଛନ୍ତି କି? ଜାଣନ୍ତୁ ଓଡ଼ିଶା ସରକାରଙ୍କ ଲ୍ୟାଣ୍ଡ ବ୍ୟାଙ୍କ ବ୍ୟବସ୍ଥାରେ କେଉଁଠି କେତେ ଦରରେ ମିଳିପାରିବ ଶିଳ୍ପ ଉପଯୋଗୀ ସରକାରୀ ଜାଗା?

ରାଜ୍ୟର ବିଭିନ୍ନ ଶିଳ୍ପାଞ୍ଚଳରେ ଶିଳ୍ପ ପ୍ରସାର ପାଇଁ ଇଡକୋ ପକ୍ଷରୁ ଜମି ଯୋଗାଇ ଦିଆଯାଇଥାଏ। ନିକଟରେ ଇଡକୋର ବୋର୍ଡ ଅଫ୍ ଡାଇରେକ୍ଟର୍ସ ବୈଠକରେ ବିଭିନ୍ନ ଜିଲ୍ଲାରେ ଥିବା ଶିଳ୍ପାଞ୍ଚଳଗୁଡ଼ିକର ଜମି ବାବଦ ମୂଲ୍ୟ ସ୍ଥିର କରାଯାଇଛି। ତା’ ଭିତରେ ଭୁବନେଶ୍ୱରରେ ଏକର ପିଛା ସର୍ବାଧିକ ଦେଢ଼ କୋଟି ଟଙ୍କା ରହିଛି।

୨୫ ଅକ୍ଟୋବର ୨୦୧୯ରେ ବସିଥିବା  ବୋର୍ଡ ଅଫ୍ ଡାଇରେକ୍ଟର ବୈଠକରେ ଇଡକୋ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ  ଇଡକୋର ଚିଠି ନମ୍ବର ୨୦୧୯୩ (୨୦ ନଭେମ୍ବର ୨୦୧୯) ମାଧ୍ୟମରେ ସୂଚନା ଦିଆଯାଇଛି। ଆସନ୍ତୁ ନଜର ପକାଇବା ରାଜ୍ୟର କେଉଁ ଶିଳ୍ପାଞ୍ଚଳରେ ଜମି ମୂଲ୍ୟ କେତେ ରହିଛି?

ଖୋର୍ଦ୍ଧା ଜିଲ୍ଲା

ଭୁବନେଶ୍ୱର- ୧.୫ କୋଟି। ମଞ୍ଚେଶ୍ୱର ୧.୫ କୋଟି। ଚନ୍ଦକା- ୧.୫ କୋଟି। ଭଗବାନପୁର- ୧.୫ କୋଟି। ଛତାବର- ୬୦ ଲକ୍ଷ। ଇନଫୋଭ୍ୟାଲି/ଇଏମସି ପାର୍କ-୬୫ ଲକ୍ଷ। ଆଇଇ ଖୋର୍ଦ୍ଧା- ୬୦ ଲକ୍ଷ। ଆଇଆଇଡି ଖୋର୍ଦ୍ଧା- ୬୦ ଲକ୍ଷ। ଫୁଡ୍ ପାର୍କ ଖୋର୍ଦ୍ଧା- ୬୦ ଲକ୍ଷ। ଯାଆଁଳା -୬୦ ଲକ୍ଷ। ସାରୁଅ – ୪୦ ଲକ୍ଷ। ଜୟମଙ୍ଗଳ -୪୦ ଲକ୍ଷ। କହ୍ନେଇପୁର-୧୧ଲକ୍ଷ। ଜେମାଦେଇ – ୬୦ ଲକ୍ଷ। ଗୋଠପାଟଣା – ୬୦ ଲକ୍ଷ। ଅଁଳାପାଟଣା- ୬୦ ଲକ୍ଷ। ସି ଫୁଡ୍ ପାର୍କ (ଡେରାସ ୭୦ ଲକ୍ଷ)। ଖୋଲା ଦ୍ୱାର- ୬୦ ଲକ୍ଷ। ରାମଚନ୍ଦ୍ରପୁର ୧୦ ଲକ୍ଷ। ହରିଡାମଡା, ଖୋର୍ଦ୍ଧା- ୨୦ ଲକ୍ଷ। ଚମ୍ପାଝର- ୨୦ ଲକ୍ଷ। କପିଳେଶ୍ୱରପୁର- ୪୦ ଲକ୍ଷ।

ନୟାଗଡ଼ ଜିଲ୍ଲା

ନୟାଗଡ଼- ୩୦ ଲକ୍ଷ। ବାଦଭୂଇଁ – ୧୧ଲକ୍ଷ।

କଟକ ଜିଲ୍ଲା

କଟକ- ୮୨.୫୦ ଲକ୍ଷ। ଜଗତପୁର (ନୂଆ) – ୮୨.୫୦ଲକ୍ଷ। ଜଗତପୁର (ପୁରୁଣା)-୭୫ ଲକ୍ଷ। ଚୌଦ୍ୱାର- ୩୫ ଲକ୍ଷ। ଆଠଗଡ଼ ଆର.ଡି ପୁର- ୨୦ଲକ୍ଷ। ଆଠଗଡ଼ ଅଙ୍କୁଳ – ୧୫ ଲକ୍ଷ। ନୂଆଶାସନ -୧୫ ଲକ୍ଷ। ନିଧିପୁର -୧୫ ଲକ୍ଷ। ରାମଦାସପୁର-୪୦ ଲକ୍ଷ।

କେନ୍ଦ୍ରାପଡ଼ା ଜିଲ୍ଲା

କେନ୍ଦ୍ରାପଡା-୩୦ ଲକ୍ଷ। ବଳଭଦ୍ରପୁର-୧୦ ଲକ୍ଷ।

ଜଗତ୍ସିଂହପୁର ଜିଲ୍ଲା

ପାରାଦୀପ – ୭୫ ଲକ୍ଷ। ପାରାଦୀପ (ଉଦୟଭଟ)-୭୫ ଲକ୍ଷ। ପାରାଦୀପ (ଭିତରଗଡ଼)-୭୫ ଲକ୍ଷ। ବୋଧେଇ -୨୦ ଲକ୍ଷ।

ବାଲେଶ୍ୱର ଜିଲ୍ଲା

ବାଲେଶ୍ୱର – ୪୦ ଲକ୍ଷ। ସୋମନାଥପୁର-୪୦ ଲକ୍ଷ। ବାଲଗୋପାଳପୁର -୧୧ ଲକ୍ଷ। ଗଣେଶ୍ୱରପୁର-୪୦ ଲକ୍ଷ। ପାନପଣା-୪.୪୦ ଲକ୍ଷ। ଶ୍ରୀକୋଣା -୫.୫୦ଲକ୍ଷ। ବାମପଡ଼ା-୨୨ ଲକ୍ଷ। ବାଲିଆପାଳ-୧୦ ଲକ୍ଷ।

ମୟୂରଭଞ୍ଜ ଜିଲ୍ଲା

ତକତପୁର -୧୫ ଲକ୍ଷ। ଛାଞ୍ଚ-୧୫ ଲକ୍ଷ। ହେମଚନ୍ଦ୍ରପୁର – ୧୫ ଲକ୍ଷ। ରାଇରଙ୍ଗପୁର -୧୫ ଲକ୍ଷ।

ଭଦ୍ରକ ଜିଲ୍ଲା

ଭଦ୍ରକ -୨୫ ଲକ୍ଷ। ଆମ୍ପ୍ରୋ -୧୦ ଲକ୍ଷ।

ଯାଜପୁର ଜିଲ୍ଲା

ଜାରକା -୨୫ ଲକ୍ଷ। କଳିଙ୍ଗନଗର ଆଇ.ସି -୨୫ ଲକ୍ଷ। ଛୋଟରାୟପୁର -୨୦.୯୦ଲକ୍ଷ।

କେନ୍ଦୁଝର ଜିଲ୍ଲା

କେନ୍ଦୁଝର -୨୨ ଲକ୍ଷ। ବଡବିଲ୍ -୨୨ ଲକ୍ଷ। ମତକାମ୍ବେଡା-୨୨ ଲକ୍ଷ। ସେନକୁଳା-୧୩.୩୫ ଲକ୍ଷ। ବିଲେଇପଡ଼ା-୫ ଲକ୍ଷ।

ଗଞ୍ଜାମ ଜିଲ୍ଲା

ବ୍ରହ୍ମପୁର -୪୦ ଲକ୍ଷ। ଅଟୋ ନଗର-ପିଏଚ୍-I-୩୩ ଲକ୍ଷ। ଅଟୋନଗର -ପିଏଚ୍-II-୩୩ ଲକ୍ଷ। ଛତ୍ରପୁର- ୩୦ ଲକ୍ଷ।

ଭଞ୍ଜନଗର -୧୧ ଲକ୍ଷ। ଆମ୍ବପୁଆ -୪୦ ଲକ୍ଷ।

ଫୁଲବାଣୀ ଜିଲ୍ଲା

ଫୁଲବାଣୀ-୧୧ ଲକ୍ଷ।

ଗଜପତି ଜିଲ୍ଲା

ପାରଳାଖେମୁଣ୍ଡି – ୮ ଲକ୍ଷ

କୋରାପୁଟ ଜିଲ୍ଲା

ସୁନାବେଡା – ୧୧ଲକ୍ଷ। ଜୟପୁର -୧୧ଲକ୍ଷ। କାକି (ସୁନାବେଡା) -୧୫ ଲକ୍ଷ।

ରାୟଗଡ଼ା ଜିଲ୍ଲା

ଆଇଆଇଡି ରାୟଗଡ଼ା -୧୧ ଲକ୍ଷ। ମୁନିଗୁଡ଼ା -୧୧ଲକ୍ଷ।

ସୁନ୍ଦରଗଡ଼ ଜିଲ୍ଲା

ରାଉରକେଲା – ୮୨.୫୦ଲକ୍ଷ। କମଲ ଇଷ୍ଟେଟ୍ – ୮୨.୫୦ଲକ୍ଷ। କଲୁଙ୍ଗା – ୬୬ ଲକ୍ଷ। ମାଣ୍ଡିଆକୁଦାର – ୨୨ଲକ୍ଷ। ରାଜଗାଙ୍ଗପୁର – ୨୨ ଲକ୍ଷ। ସୁନ୍ଦରଗଡ଼ -୧୬.୫୦ ଲକ୍ଷ।

ସମ୍ବଲପୁର  ଜିଲ୍ଲା

ସମ୍ବଲପୁର- ୩୩.୫୦ ଲକ୍ଷ। ବସନ୍ତପୁର-୪୦ ଲକ୍ଷ। ରେଙ୍ଗାଲି- ୧୧ ଲକ୍ଷ।

ଝାରସୁଗୁଡ଼ା ଜିଲ୍ଲା

ଝାରସୁଗୁଡ଼ା ଆଇଇ-୪୦ ଲକ୍ଷ। ଝାରସୁଗୁଡ଼ା ଜିସି-୪୦ ଲକ୍ଷ।

ଅନୁଗୁଳ ଜିଲ୍ଲା

ଅନୁଗୁଳ – ୮୮ ଲକ୍ଷ। ତାଳଚେର-୧୧ ଲକ୍ଷ। କଙ୍ଗୁଳା -୧୬.୫୦ ଲକ୍ଷ।

ଢେଙ୍କାନାଳ ଜିଲ୍ଲା

ମହିସପତ -୨୦ ଲକ୍ଷ। ଗୁଣ୍ଡିଚାପଡା-୨୦ ଲକ୍ଷ। କୋରିଆଁ -୨୦ ଲକ୍ଷ। ଭୁବନ-୧୫ ଲକ୍ଷ। ବଳରାମପୁର -୯.୯୦ ଲକ୍ଷ। କାମାକ୍ଷାନଗର -୧୧ ଲକ୍ଷ।

ବଲାଙ୍ଗିର ଜିଲ୍ଲା

ବଲାଙ୍ଗିର ଜୋନ୍ ଏ-୧୦ ଲକ୍ଷ। ବଲାଙ୍ଗିର ଜୋନ୍ ବି-୧୦ ଲକ୍ଷ। ବଲାଙ୍ଗିର ଏନଆଇଡି (ଫେଜ୍- I) – ୧୦ଲକ୍ଷ। ବଲାଙ୍ଗିର ଏନଆଇଡି (ଫେଜ୍- II) -୧୦ଲକ୍ଷ। କଣ୍ଟାବାଞ୍ଜି-୧୧ ଲକ୍ଷ। ଟିଟିଲାଗଡ଼ – ୧୧ଲକ୍ଷ। ପାଟଣାଗଡ଼ – ୧୧ ଲକ୍ଷ।

ବରଗଡ଼ ଜିଲ୍ଲା

ବରଗଡ -୩୩ ଲକ୍ଷ। ବେହେରା -୨୨ଲକ୍ଷ।

ବୌଦ୍ଧ ଜିଲ୍ଲା

ମନମୁଣ୍ଡା (ଏନଆଇଡି)-୧୧ଲକ୍ଷ।

କଳାହାଣ୍ଡି ଜିଲ୍ଲା

କେସିଙ୍ଗା – ୧୫ ଲକ୍ଷ। ବୋର୍ଡା – ୩ ଲକ୍ଷ। କେସିଙ୍ଗା ଜିସି (କୁର୍ଲୁପଡ଼ା) – ୧୫ ଲକ୍ଷ। ଡାକବହାଲି – ୧୫ ଲକ୍ଷ।

ନୂଆପଡା ଜିଲ୍ଲା

ଖଡ଼ିଆଳ ରୋଡ୍ – ୧୫ ଲକ୍ଷ। ଖଡିଆଳ -୧୫ଲକ୍ଷ। ଖୋକସା – ୮ ଲକ୍ଷ।

ପୁରୀ ଜିଲ୍ଲା

କୁର୍କି – ୨୫ ଲକ୍ଷ।  ପଲାଶ୍ରୀ – ୨୫ ଲକ୍ଷ।

ସୁବର୍ଣ୍ଣପୁର ଜିଲ୍ଲା

ବାବୁପାଲି – ୧୧ ଲକ୍ଷ।

ନବରଙ୍ଗପୁର ଜିଲ୍ଲା

ସେମେଲା – ୫ ଲକ୍ଷ।

ବମାନି – ୩ ଲକ୍ଷ ।

ଇଡକୋ ପକ୍ଷରୁ ଜାରି ହୋଇଥିବା ଏହି ଦର ୨୫ ଅକ୍ଟୋବର ୨୦୧୯ ଦିନଠାରୁ ଲାଗୁ ହେବ।

Comment