ଓଡ଼ିଶାଲାଇଭ୍‌ ବ୍ୟୁରୋ

48th Navy Day celebrated in Visakhapatnam(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଭାରତୀୟ ନୌସେନାର ପୂର୍ବତଟ ନୌସେନା ପକ୍ଷରୁ ବୁଧବାର ୪୮ତମ ନୌସେନା ଦିବସ ପାଳିତ ହୋଇଯାଇଛି। ବିଶାଖାପାଟଣା ସହରର ରାମକୃଷ୍ଣ ସମୁଦ୍ର କୂଳରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।

48th Navy Day celebrated in Visakhapatnam

ପୂର୍ବତଟ ନୌସେନା କର୍ତ୍ତୃପକ୍ଷ କର୍ମବୀର ସିଂ ନୌସୈନିକଙ୍କ ସ୍ମୃତିରେ ନିର୍ମିତ ଶାନ୍ତିସ୍ତୁପଠାରେ ମାଲ୍ୟାର୍ପଣ କରିବା ସହ ମୌନ ରହି ସଲାମି ଦେଇଥିଲେ। ଉପସ୍ଥିତ ସୈନିକମାନେ ଶୋକସତ୍ର ଓ ସଲାମୀ ସତ୍ର ନାମରେ ସଲାମି ଦେଇଥିଲେ।

48th Navy Day celebrated in Visakhapatnam

ଆଜିର ନୌସେନା ଦିବସ ଅବସରରେ ୨ ହଜାର ଫୁଟ ଆକାଶମାର୍ଗରୁ ଆକାଶଛତା ଦ୍ୱାରା ଅବତରଣ, ଦ୍ରୁତଗାମୀ ଯୁଦ୍ଧ ଜାହାଜରୁ ଆକ୍ରମଣ, ବୁଡ଼ା ଜାହାଜ ଦ୍ୱାରା ଆକ୍ରମଣ, ଶତ୍ରୁଦେଶର ଯୁଦ୍ଧ ଜାହାଜ ଉପରକୁ ଆକ୍ରମଣ ଭଳି ବହୁଯୁଦ୍ଧ କୌଶଳ ନୌସେନା ପକ୍ଷରୁ ପ୍ରଦର୍ଶନ କରାଯାଇଥିଲା।

48th Navy Day celebrated in Visakhapatnam

କାର୍ଯ୍ୟକ୍ରମରେ ୨୪ଟି ଯୁଦ୍ଧ ଜାହାଜ, ୧୭ଟି ଯୁଦ୍ଧ ବିମାନ ଓ ୩ଟି ବୁଡ଼ାଜାହାଜ ଯୋଗ ଦେଇଥିଲା।  ଏହି ଯୁଦ୍ଧ କୌଶଳ ଦେଖିବା ପାଇଁ ବିଶାଖାପାଟଣା ସମେତ ନିକଟସ୍ଥ ବିଜୟନଗରମ, ଶ୍ରୀକାକୁଲମ,  ଓଡିଶା ଓ ଛତିଶଗଡ଼ରୁ ଲକ୍ଷ ଲକ୍ଷ ଲୋକ ଯୋଗ ଦେଇଥିଲେ।

48th Navy Day celebrated in Visakhapatnam

ନୌସେନା ଦିବସ ଉପଲକ୍ଷେ ପୂର୍ବତଟ ନୌସେନା ପକ୍ଷରୁ ଗତ ନଭେମ୍ବର ମାସଠାରୁ ସାରା ବିଶାଖାପାଟଣା ସହରରେ ବହୁ ସମାଜସେବା, ଗଣଦୌଡ, ସ୍କୁଲ ବିଦ୍ୟାର୍ଥୀଙ୍କ ପାଇଁ ଚିତ୍ରାଙ୍କନ, ପ୍ରବନ୍ଧ ସହ ଅନ୍ୟାନ୍ୟ ପ୍ରତିଯୋଗିତା, ବିକଳାଙ୍ଗ ପିଲାଙ୍କ ପାଇଁ ବହୁ ଉତ୍ସାହମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

48th Navy Day celebrated in Visakhapatnam

୧୯୭୧ ମସିହା ଡିସେମ୍ବର ୪ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତ ବିଜୟଲାଭ କରିଥିଲା। ଏହି ବିଜୟ ପଛରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ଭାରତୀୟ ନୌସେନା। ଭାରତୀୟ ନୌସେନା ପାକିସ୍ତାନର କରାଚି ସହର ମଧ୍ୟକୁ ପ୍ରବେଶ କରିବା ସହ ପାକିସ୍ତାନ ସୈନିକମାନଙ୍କୁ ଭାରତର ନୌସେନା ଆଗରେ ଆଣ୍ଠେଇବା ପାଇଁ ବାଧ୍ୟ କରାଇଥିଲା।

48th Navy Day celebrated in Visakhapatnam

ଏହି ଯୁଦ୍ଧରେ ଭାରତ ବିଜୟୀ ହୋଇଥିଲେ ମଧ୍ୟ ନୌସେନାର ବହୁ ସୈନିକ ସହିଦ ହୋଇଥିଲେ। ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ନୌସେନାର ଯୁଦ୍ଧ କୌଶଳ ସମ୍ପର୍କରେ ଜନସାଧରଣଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ଡିସେମ୍ବର ୪ ତାରିଖକୁ ନୌସେନା ଦିବସ ଭାବେ ପାଳନ କରାଯାଏ।

Comment