ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପୁଣିଥରେ ଚର୍ଚ୍ଚାର ଘେରକୁ ଆସିଛନ୍ତି। ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ମାନବତାର ପରିଚୟ ଦେଇଛନ୍ତି ବିଧାୟକ ମନୋହର ରନ୍ଧାରୀ।

ଗୁରୁବାର ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଡ଼ାବାଇ ପଞ୍ଚାୟତ ଅନ୍ତର୍ଗତ ବିଜରାଗୁଡ଼ା ଗାଁର ଚଞ୍ଚଳା ଭତ୍ରା(୨୦) କୌଣସି କାରଣରୁ ଅସୁସ୍ଥ ହେଇପଡ଼ିଥିଲେ। ଏନେଇ ଖବର ପାଇବା ପରେ ଡାବୁଗାଁ ବିଧାୟକ ତାଙ୍କ ଗାଁକୁ ଯାଇ ନିଜେ ରୋଗୀଙ୍କୁ ଗୋଟିଏ ଅଟୋରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।

ବର୍ତ୍ତମାନ ଚଞ୍ଚଳାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ଏପରି ଅସମୟରେ ସାହାଯ୍ୟ ପାଇଁ ଚଞ୍ଚଳାଙ୍କ ପରିବାର ବିଧାୟକ ମନୋହର ରନ୍ଧାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାପରେ ବିଧାୟକ ରନ୍ଧାରୀ ମେଡିକାଲ ପରିସରରେ ଥିବା  ଆହାର କେନ୍ଦ୍ରରେ ଲୋକଙ୍କ ସହ ବସି ଆହାର ଖାଇଥିଲେ।

ପୂର୍ବରୁ ବିଧାୟକ ମନୋହର ରନ୍ଧାରୀ କାନ୍ଧରେ ଶବ ବୋହିବା, ଖରାପ ରାସ୍ତାରେ ମାଟି ପକେଇ ରାସ୍ତା ମରାମତି କରିବା, ବିଦ୍ୟାଳୟରେ ଯାଇ ଖାଦ୍ୟର ତଦାରଖ, ଅସହାୟ ବ୍ୟକ୍ତିମାନଙ୍କୁ କମ୍ବଳ ଦାନ, ଧାନ କଟିବାରେ ଦାଆ ଯୋଗାଇବା, ବର୍ଷାରେ ପଲିଥିନ ବାଣ୍ଟିବା ଭଳି କାର୍ଯ୍ୟ କରି ଚର୍ଚ୍ଚାରେ ରହିଥିଲେ।

Comment