ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତଟ ରେଳରେ ନିଯୁକ୍ତି ସୁଯୋଗ। ୧,୨୧୬ ପଦବୀ ପାଇଁ କରିପାରିବେ ଆବେଦନ।  

ଭାରତୀୟ ରେଲଓ୍ଵେର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବତଟ ରେଳ ପାଇଁ ଏହି ନିଯୁକ୍ତି ଦିଆଯିବ। ୧,୨୧୬ ଆପ୍ରେନଟିକ୍‌ ପଦବୀ ପାଇଁ ଦରଖାସ୍ତ ଆହ୍ଵାନ କରାଯାଉଛି। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୬ ଜାନୁଆରୀ ୨୦୨୦।

ୟୁନିଟ

  • ପୂର୍ବତଟ ରେଳ ମୁଖ୍ୟକାର୍ଯ୍ୟାଳୟ (୧୦ ପଦବୀ)
  • କ୍ୟାରେଜ ରିପେୟାର ଓ୍ଵର୍କସପ୍‌, ମଞ୍ଚେଶ୍ଵର, ଭୁବନେଶ୍ଵର (୨୫୦ ପଦବୀ)
  • ଖୋର୍ଦ୍ଧା ରୋଡ୍‌ ଡିଭିଜନ (୩୧୭)
  • ଓ୍ଵାଲଟେୟାର ଡିଭିଜନ (୫୫୩)
  • ସମ୍ଵଲପୁର ଡିଭିଜନ (୮୬)

ଶିକ୍ଷାଗତ ଯୋଗ୍ୟତା

  • ପ୍ରାର୍ଥୀ ଦଶମ କିମ୍ଵା ଯୁକ୍ତ ଦୁଇ ପାସ୍‌ କରିଥିବା ଦରକାର। ୫୦ ପ୍ରତିଶତ ମାର୍କ ରଖିଥିବା ସହ ଆଇଟିଆଇ ସାର୍ଟିଫିକେଟ ଆବଶ୍ୟକ।
  • ଟ୍ରେଡ ଓ୍ଵେଲଡର, ସିଟ୍‌ ମେଟାଲ ଓ୍ଵାର୍କର, ଓ୍ଵେୟାର ମ୍ୟାନ ଓ କାର୍ପେଣ୍ଟରଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ପାସ୍‌ କରିଥିବା ଦରକାର।

ଦରଖାସ୍ତ ଫିସ୍‌

ଦରଖାସ୍ତ ଫିସ୍‌ ସାଧାରଣବର୍ଗଙ୍କ ପାଇଁ ୧୦୦ ଟଙ୍କା ହୋଇଥିବା ବେଳେ ଏହି ଫିସ୍‌ ଏସସି ଏସ୍‌ଟି ପ୍ରାର୍ଥୀଙ୍କୁ ଛାଡ଼ କରାଯାଇଛି।

ବୟସ ସୀମା

  • ସର୍ବନିମ୍ନ ୧୫ ବର୍ଷ
  • ସର୍ବାଧିକ ୨୪ ବର୍ଷ

ଆବେଦନ କରିବାର ଶେଷ ତାରିଖ

୦୬.୦୧.୨୦୨୦

ଆବେଦନ ପ୍ରକ୍ରିୟା

  • ଅନଲାଇନ ଆବେଦନ ପୂର୍ବରୁ ପ୍ରାର୍ଥୀ ଓ୍ଵେବସାଇଟ rrcbbs.org.in କୁ ଯାଇ ବିଜ୍ଞାପନ ପଢ଼ି ପାରିବେ।
  • ପରେ ଆବେଦନ ପାଇଁ ଓ୍ଵେବସାଇଟ rrcbbs.org.in କୁ ଯାଇ ଆବେଦନ କରିପାରିବେ।
  • ପରେ ଅନଲାଇନରେ ସଠିକ ଭାବେ ଫର୍ମ ପୂରଣ କରିବା ସହ ସମସ୍ତ ପ୍ରମାଣପତ୍ରର ଫଟୋ ସ୍କାନ ଅପଲୋର୍ଡ କରିବାକୁ ହେବ।
  • ଅନଲାଇନ ଆବେଦନ ପରେ ଅନଲାଇନ ପେମେଣ୍ଟ ମଧ୍ୟ କରିବାକୁ ହେବ।

Comment