ଓଡ଼ିଶାଲାଇଭ୍ ବ୍ୟୁରୋ

ମିଳିମିଳା ହେଉଛି ଏକ ସଂକ୍ରାମକ ଭାଇରାଲ ରୋଗ, ଯାହାକି ବହୁତ ପିଲାଙ୍କୁ ପ୍ରଭାବିତ କରିଥାଏ। ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ଭାରତ ମିଳିମିଳା ଦ୍ୱାରା ପ୍ରଭାବିତ ହେଉଥିବା ଦେଶମାନଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି। ଋତୁ ପରିବର୍ତ୍ତନ ସମୟରେ ଏହା ଅଧିକ ବ୍ୟାପିଥାଏ।

କେଉଁମାନେ ଏହାଦ୍ୱାରା ପ୍ରଭାବିତ ହୋଇଥାନ୍ତି?

ବଡ଼ ଲୋକମାନଙ୍କ ବ୍ୟତୀତ ବର୍ଷକରୁ କମ ବୟସର ପିଲାଙ୍କୁ ଏହା ଅଧିକ ଭାବେ ପ୍ରଭାବିତ କରିଥାଏ। ଏହାର ଲକ୍ଷଣ ସଂକ୍ରମଣ ହେବାର ୧୦-୧୫ ଦିନ ପରେ ଜଣାପଡ଼େ। ତେବେ ଏହାର ପ୍ରମୁଖ ଲକ୍ଷଣ ହେଲା ଶୁଖିଲା କାଶ, ଆଖି ଫୁଲିଯିବା, ନାକରୁ ପାଣି ବୋହିବା, ଜ୍ୱର, ତଣ୍ଟି ଫୁଲିଯିବା, ତ୍ୱଚାରେ ଲାଲ ଲାଲ ଚିହ୍ନ ହେବା।

କାରଣ କ’ଣ? ଏହା ରୁବେଲା ଭାଇରସର ସଂକ୍ରମଣ ଯୋଗୁ ହୋଇଥାଏ। ଏହି ଭାଇରସ ସଂକ୍ରମିତ ବ୍ୟକ୍ତିର ନାକ ଓ ଗଳାର ମ୍ୟୁକସରେ ରହିଥାଏ। ସଂକ୍ରମିତ ବ୍ୟକ୍ତିର ଶରୀରରେ ଲାଲ ଲାଲ ଦାଗ ସୃଷ୍ଟି ହେବାର ପ୍ରଥମ ୪ ଦିନ ଏବଂ ପର ୪-୫ ଦିନ ପରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ଥାଏ। ଅନ୍ୟ କାହାର ଦେହରେ ଏହା ୨ ଘଣ୍ଟା ମଧ୍ୟରେ ସକ୍ରିୟ ହୋଇଯାଏ।

କିଭଳି ବ୍ୟାପେ? ସଂକ୍ରମିତ ଶିଶୁ ବା ବ୍ୟକ୍ତିଙ୍କ ସଂପର୍କରେ ଆସିବା, ବ୍ୟକ୍ତିର ଆଖପାଖରେ ରହିବା, ସଂକ୍ରମିତ ବ୍ୟକ୍ତିର କାଶ, ଛିଙ୍କ, ସେ ଛୁଇଁଥିବା ବସ୍ତୁ ମାଧ୍ୟମରେ ସଂକ୍ରମଣ ବ୍ୟାପିଥାଏ।

’ଣ କରିବେ? ରୋଗୀକୁ ଅଲଗା ରଖନ୍ତୁ। ପରିବାରର ଅନ୍ୟ ଲୋକମାନେ ଏହାର ପ୍ରତିରୋଧକ ଟିକା ନେବା ଆବଶ୍ୟକ। ଏହାଦ୍ୱାରା ହିଁ ସଂକ୍ରମଣକୁ ରୋକି ହେବ। ଛୋଟ ପିଲାମାନଙ୍କର ବାପା ଓ ମା’ ପ୍ରଥମେ ଏହାର ପ୍ରତିଷେଧକ ଟିକା ନେବା ଦରକାର।

Comment