ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆପଣମାନେ ଦେଖିଥିବେ ବଲିଉଡ ଫିଲ୍ମରେ ସେଲିବ୍ରିଟିମାନେ କୋଟି କୋଟ ଟଙ୍କାରେ ତିଆରି ହୋଇଥିବା ପୋଷାକ ପିନ୍ଧିଥାନ୍ତି। ତେବେ ଅନେକ ଥର ମନକୁ ପ୍ରଶ୍ନ ଆସିଥାଏ ଯେ ଫିଲ୍ମ ସୁଟିଂ ପରେ ଏହି ଡ୍ରେସ ସବୁ କ’ଣ ହୁଏ?

ନିକଟରେ ଏକ ସାକ୍ଷାତକାରରେ ୟଶରାଜ ଫିଲ୍ମ ପ୍ରଡକ୍ସନର ଷ୍ଟାଇଲିଷ୍ଟ ଆୟଶା ଖାନ୍ନା ଏ ବିଷୟରେ କହିଛନ୍ତି। ତାଙ୍କ କହିବା ଅନୁସାରେ ଅଧିକାଂଶ ପୋଷାକରେ ଫିଲ୍ମର ଟ୍ୟାଗ ଲଗାଯାଇ ଡ୍ରେସକୁ ରଖାଯାଇଥାଏ।

ଯାହା ପରେ ସେଥିରେ କିଛି ନୂଆ ଡିଜାଇନ୍ ମିଶାଇ ଜୁନିୟର କଳକାରମାନଙ୍କୁ ବ୍ୟବହାର କରିବା ପାଇଁ ଦିଆଯାଇଥାଏ। ଏହା ସହ ପ୍ରଯୋଜନା ସଂସ୍ଥା ନିଜର ଅନ୍ୟ କୌଣସି ଫିଲ୍ମ ପାଇଁ ମଧ୍ୟ ସେ ପୋଷାକକୁ ବ୍ୟବହାର କରିଥାନ୍ତି।

କେତେକ କ୍ଷେତ୍ରରେ ଷ୍ଟାରମାନଙ୍କୁ ଡ୍ରେସ ପସନ୍ଦ ଆସିଲେ, ସେମାନେ ପିନ୍ଧିଥିବା ପୋଷାକକୁ ନିଜ ପାଖରେ ରଖିନିଅନ୍ତି। ଅନେକ ସମୟରେ କୌଣସି ଏନଜିଓକୁ ଦାନ କରିବା ପାଇଁ କଳାକାରମାନଙ୍କ ପୋଷାକର ନିଲାମୀ ମଧ୍ୟ କରାଯାଏ।

Comment