ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାୟତଃ ଶୀତୠତୁରେ ଅଧିକାଂଶ ମହିଳାଙ୍କର କେଶ ସମସ୍ୟା ଦେଖାଯାଇଥାଏ। କେଶଝଡ଼ା, କେଶରେ ରୁପି ହେବା ଇତ୍ୟାଦି ସମସ୍ୟା ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆପଣ କିଛିଟା ସହଜ ଉପାୟ ଆପଣେଇ ପାରିବେ।

ଶୀତ ଯୋଗୁଁ ଅଧିକାଂଶ ଲୋକ ଗରମ ପାଣିରେ ଗାଧୋଇଥାନ୍ତି। ହେଲେ ମନେ ରଖିବାକୁ ପଡ଼ିବ ଯେ ଗରମ ପାଣି କେଶ ପାଇଁ ଭଲ ନୁହେଁ। ଗରମ ପାଣିରେ କେଶ ଧୋଇଲେ କେଶ ମୂଳ ଝଡ଼ିବା ସହ ରୁପି ହୋଇଥାଏ।

କଣ୍ଡିସନର ଲଗାଉଥିଲେ କେବେ ହେଲେ କେଶ ମୂଳରେ ଲଗାନ୍ତୁ ନାହିଁ। ବଜାର ମିଳୁଥିବା କଣ୍ଡିସନର ଅପେକ୍ଷା ଆପଣ ଦହି କିମ୍ବା ଅଣ୍ଡାକୁ କଣ୍ଡିସନର ଭାବେ ଲଗାଇ ପାରିବେ।

ହେୟାର ଡ୍ରାଏର୍‌ରେ କେଶ ଶୁଖାଇବା ବଦଳରେ ମୁଣ୍ଡରେ ତଉଲିଆ ବାନ୍ଧି ବା ଖରାରେ କିଛି ସମୟ ପୁଲି ଆପଣ କେଶ ଚାଖନ୍ତୁ।

Comment