ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ସହରସ୍ଥିତ ସାଇ କଲ୍ୟାଣ ମଣ୍ଡପଠାରେ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଜାତୀୟ ମାନବଧିକାର ସମିତି ପକ୍ଷରୁ ବିଶ୍ୱମାନବଧିକାର ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ସଭାପତି ସସ୍ମିତା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଆଇନଜୀବୀ ସଙ୍ଘର ସଭାପତି ନରସିଂହ ତ୍ରିପାଠୀ ଯୋଗ ଦେଇଥିଲେ।

ସେହିପରି ସମ୍ମାନୀତ ଅତିଥି ଭାବେ ବରିଷ୍ଠ କଳାକାର ତଥା ଅବସରପ୍ରାପ୍ତ ଶିକ୍ଷାବିତ ନବକିଶୋର ପଣ୍ଡା, ଆଇନଜୀବୀ ସଙ୍ଘର ସମ୍ପାଦକ ରାମ ପ୍ରସାଦ ପାତ୍ର, ବରିଷ୍ଠ ସାମ୍ବାଦିକ ବାଙ୍କ ବିହାରୀ ବିଷୋୟୀ, ରାଜ୍ୟ ଖାଉଟି ସୁରକ୍ଷା ଅଧିକାରୀ ତଥା ସମାଜସେବୀ ଜଗନ୍ନାଥ ମହାପାତ୍ର ପ୍ରମୁଖ ମଞ୍ଚାସିନ ହୋଇଥିଲେ।

ରାଜ୍ୟ ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ସଭାପତି ସସ୍ମିତା ଦାସ କହିଥିଲେ,”ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଲୋକମାନେ ମାନବାଧିକାର ଅଦାଲତ ବିଷୟରେ ସଚେତନତା ନାହାନ୍ତି। ଏଥିପାଇଁ ଜିଲ୍ଲାର କୋଣ ଅନୁକୋଣରେ ସଚେତନ ଶିବିର ଆୟୋଜନ କରାଯାଇ ଜନ ସଚେତନତା ସୃଷ୍ଟି କରାଯିବ।”

ସେହିପରି ଜିଲ୍ଲାରେ ମାନବାଧିକାର ଅଦାଲତ ରହିଥିଲେ ମଧ୍ୟ କୌଣସି ମାମଲା ରୁଜୁ କରାଯାଇନାହିଁ। ଏହି ଦିଗରେ ଲୋକଙ୍କୁ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଥିବା ଜିଲ୍ଲା ଆଇନଜୀବୀ ସଙ୍ଘର ସଭାପତି ରାମ ପାତ୍ର କହିଥିଲେ।

ଏହି ଅବସରରେ ସମ୍ବାଦିକ ବାଙ୍କ ବିଷୋୟୀ କହିଥିଲେ,”ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଉଦବେଗଜନକ ରହିଛି। ଗରିବ ଲୋକ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବାରେ ବଞ୍ଚିତ ହେବା ଯୋଗୁଁ ଜିଲ୍ଲାରେ ଗତ ୪ବର୍ଷରେ ୫୧୧୧ଶିଶୁଙ୍କ ମୃତ୍ୟୁ ଘଟିଛି। ଏହି ଦିଗରେ ଗୁରୁତ୍ୱ ଦେଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ମାନବଧିକାର ସମିତି ହସ୍ତକ୍ଷେପ କରିବା ଦରକାର।”

ଏହି ଅବସରରେ ରାଜ୍ୟର ୧୩ଟି ଜିଲ୍ଲା ଶାଖାର ଯୋଗଦେଇଥିବା ସଭାପତି ଓ କର୍ମକର୍ତ୍ତାଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ସଭାପତି ସୁକାନ୍ତ ରଥ, ଉପ ସଭାପତି ବିଶ୍ୱନାଥ ରଥ, ସହ ସମ୍ପାଦକ ସ୍ୱାଧୀନ ପଣ୍ଡା, ସଭ୍ୟ ଲକ୍ଷ୍ମୀକାନ୍ତ ପଣ୍ଡା, କେ ଶ୍ରୀନିବାସ ରାଓ, ସମାଜସେବୀ ମନୋରମା ନାୟକ, ଅମ୍ବିକା ପ୍ରଧାନ, ମିନତୀ ପଟ୍ଟନାୟକ ସମେତ ବହୁ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।

Comment